Latest Odisha News

ସିଦ୍ଧାର୍ଥ ଆନନ୍ଦଙ୍କ ଆକ୍ସନ ଫିଲ୍ମରେ ଅଭିନୟ କରିବେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ କ୍ରମାଗତ ଫ୍ଲପ ହେବା ପରେ ଏବେ ଖେଲ ଖେଲ ମେଁ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି । ଇତି ମଧ୍ୟରେ ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଅକ୍ଷୟ ପଠାନ ଫେମ ଫିଲ୍ମମେକର ସିଦ୍ଧାର୍ଥ ଆନନ୍ଦଙ୍କ ସହ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଏହା ଏକ ଭିନ୍ନ ଧରଣର ଆକ୍ସନ ଫିଲ୍ମ ହେବ ବୋଲି ଅନୁମାନ କରାଯାଉଛି । ମିଲନ ଲୁଥରିୟା ଏହାର ନିର୍ଦ୍ଦେଶନା ଦେବେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ସିଦ୍ଧାର୍ଥ, ମିଲନ ଓ ରଜତ ଆରୋରାଙ୍କ କମ୍ବିନେଶନ ଦର୍ଶକଙ୍କୁ ଆକ୍ସନର ନୂଆ ସ୍ୱାଦ ଯୋଗାଇବ ବୋଲି ଆଶା କରାଯାଉଛି ।

ଏପରିକି ଅକ୍ଷୟଙ୍କ କ୍ୟାରିୟରର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଫିଲ୍ମ ହେବ ବୋଲି ଆଶା କରାଯାଉଛି । ଅବଶ୍ୟ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଅକ୍ଷୟ ଏବେ ଜଲୀ ଏଲଏଲବି ୩, ୱେଲକମ ୩ ଓ ହାଉସଫୁଲ ୫ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । କ୍ରମାଗତ ଫ୍ଲପ ଫିଲ୍ମ ପରେ ସିଦ୍ଧାର୍ଥଙ୍କ ପଠାନ ଶାହାରୁଖଙ୍କ କ୍ୟାରିୟରକୁ ନୂଆ ମୋଡ ଦେଇଥିଲା । ଏବେ ଅକ୍ଷୟ ସମାନ ପରିସ୍ଥିତିରେ ଥିବାରୁ ସେ ସିଦ୍ଧାର୍ଥଙ୍କ ଉପରେ ସମ୍ପୂର୍ଣ୍ଣ ଆଶା ରଖିଛନ୍ତି ।

Comments are closed.