Latest Odisha News

BREAKING NEWS

ଭାରତୀୟ ସେନାଙ୍କ ସହ ମିଶି ଭଲିବଲ୍‌ ଖେଳିଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ କୁମାର ଶୁକ୍ରବାର ଦିନ ସେନା ଦିବସ ପାଳନ କରିବାକୁ ଯାଇ ଭାରତୀୟ ସୈନ୍ୟମାନଙ୍କ ସହ ଭଲିବଲ୍‌ ଖେଳିଥିଲେ। ଅର୍ଥାତ୍‌ ସେ ଭାରତୀୟ ସେନା ସଦସ୍ୟଙ୍କ ସହ ଭଲିବଲ ଖେଳ ଖେଳୁଥିବା ଏକ ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି।

ଏହାକୁ ସେୟାର୍‌ କରି ସେ ଲେଖିଛନ୍ତି: # ଆର୍ମି ଡେ ଅବସରରେ ଏକ ମାରାଥନ୍ ଫ୍ଲାଗ୍ କରିବା ପାଇଁ ଆଜି ଆମର କିଛି ସାହସୀଙ୍କୁ ଭେଟିବାର ନିଆରା ଆନନ୍ଦ ଥିଲା। ଅକ୍ଷୟ ଏବଂ ଅନ୍ୟ ସେନାମାନେ କଳା ଟି-ସାର୍ଟ ଏବଂ ଟ୍ରାକ ବଟମ୍ ପିନ୍ଧିଥିବାର ଦେଖିବାକୁ ମିଳିଥିଲା।

Comments are closed.