Latest Odisha News

BREAKING NEWS

ନକଲି ପିଛା ଛାଡୁନି କଟକର, ଆଜି ଠାବ ହେଲା ନକଲି ଜର୍ଦ୍ଦା କାରଖାନା

କଟକ : ଆଜି ପୁଣି କଟକ ସଦର ଥାନା ଅନ୍ତର୍ଗତ ସାସୋଳରୁ ନକଲି ଜର୍ଦା କମ୍ପାନୀ ଠାବ ହୋଇଛି । ପୋଲିସ ଚଢଉ ବେଳେ ବିପୁଳ ପରିମାଣରେ ନକଲି ଗୁଟଖା, ଜର୍ଦ୍ଦା ଜବତ କରିଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି । ଏହିସବୁ ତିଆରି କରିବା ପାଇଁ ବ୍ୟବହୃତ ସାମଗ୍ରୀକୁ ପୋଲିସ ଜବତ କରିଛି । ଏହିଠାରୁ ନକଲି ଜର୍ଦ୍ଦା ପ୍ରସ୍ତୁତ ହୋଇ ସହରର ବିଭିନ୍ନ ସ୍ଥାନକୁ ଯାଉଥିବା ବୋଲି ପୋଲିସ କହିଛି ।

କିଛି ଦିନ ହେଲା କଟକରୁ ନକଲି ଚା ପତି, ମସଲା, ଘିଅ, ସିମେଣ୍ଟ ତିଆରିହେବା କଥା ନଜରକୁ ଆସିଛି । ଏପରିକି କୋଲକାତାରୁ ନକଲି ପନିର ଆସି ବିକ୍ରି ହେବା ଘଟଣା ବି ଜଣାପଡିଥିଲା ।

Leave A Reply

Your email address will not be published.