ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ପରେ ଏବେ ଅକ୍ଷୟ କୁମାର ମଧ୍ୟ ରିଅଲ୍ ଇଷ୍ଟେଟ୍ ରୁ ରୋଜଗାର କରୁଛନ୍ତି। ସେ ମୁମ୍ବାଇର ବୋରିବଲି ପୂର୍ବରେ ଥିବା ତାଙ୍କର ଆପାର୍ଟମେଣ୍ଟକୁ ୪.୨୫ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଏହା ପୂର୍ବରୁ ଅମିତାଭ ବଚ୍ଚନ ଅନ୍ଧେରୀର ତାଙ୍କର ଫ୍ଲାଟକୁ ୮୩ କୋଟି ଟଙ୍କାରେ ବିକ୍ରି କରିଥିଲେ।
ସ୍କୋୟାର ୟାର୍ଡସ ଅନୁଯାୟୀ, ବଲିଉଡ୍ ଷ୍ଟାର ଅକ୍ଷୟ କୁମାରଙ୍କ ପୂର୍ବରୁ ଅମିତାଭ ବଚ୍ଚନ ମଧ୍ୟ ମୁମ୍ବାଇର ଅନ୍ଧେରୀରେ ୮୩ କୋଟି ଟଙ୍କାର ଏକ ଫ୍ଲାଟ ବିକ୍ରି କରିଥିଲେ, ଯାହାକୁ ସେ ୨୦୨୧ ମସିହାରେ ୩୧ କୋଟି ଟଙ୍କାରେ କିଣିଥିଲେ। ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାରଙ୍କ ବ୍ୟତୀତ, ଅନେକ ସେଲିବ୍ରିଟି ରିଅଲ୍ ଇଷ୍ଟେଟରେ ନିବେଶ କରିଛନ୍ତି ଏବଂ ଏଥିରୁ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି।
ରିଅଲ୍ ଇଷ୍ଟେଟ୍ ପରାମର୍ଶଦାତା ସ୍କୋୟାର ୟାର୍ଡସ୍ ଶୁକ୍ରବାର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଅକ୍ଷୟ କୁମାରଙ୍କ ଦ୍ୱାରା ବିକ୍ରି ହୋଇଥିବା ସମ୍ପତ୍ତି ଓବେରୟ ରିଅଲ୍ଟି ଦ୍ୱାରା ବିକଶିତ ସ୍କାଏ ସିଟିରେ ଅବସ୍ଥିତ ଏବଂ ଏହା ୨୫ ଏକର ଜମିରେ ବିସ୍ତାରିତ। ରିପୋର୍ଟ ଅନୁଯାୟୀ, ସମ୍ପତ୍ତି କାରବାର ସହିତ ଜଡିତ ଡକ୍ୟୁମେଣ୍ଟଗୁଡ଼ିକର ଯାଞ୍ଚ କରାଯାଇଛି। ଅକ୍ଷୟ କୁମାର ନଭେମ୍ବର ୨୦୧୭ରେ ୨.୩୮ କୋଟି ଟଙ୍କାରେ ଫ୍ଲାଟଟି କିଣିଥିଲେ।
ରିପୋର୍ଟ ଅନୁସାରେ, ଅକ୍ଷୟ କୁମାର ଯେଉଁ ଆପାର୍ଟମେଣ୍ଟ ବିକ୍ରି କରିଛନ୍ତି। ସେ ଏହାକୁ ୨.୩୮ କୋଟି ଟଙ୍କାରେ କିଣିଥିଲେ ଏବଂ ଏବେ ଏହାକୁ ୪.୨୫ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଏହି ସମ୍ପତ୍ତିରୁ ଅକ୍ଷୟ କୁମାର ୭୮ ପ୍ରତିଶତ ରୋଜଗାର କରିଛନ୍ତି। ଆପାର୍ଟମେଣ୍ଟଟିର କାର୍ପେଟ କ୍ଷେତ୍ରଫଳ ୧,୦୭୩ ବର୍ଗଫୁଟ ଏବଂ ଏଥିରେ ଦୁଇଟି କାର ପାର୍କିଂ ସ୍ଥାନ ଅନ୍ତର୍ଭୁକ୍ତ। ଏହି କାରବାରରେ ୨୫.୫ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ପେମେଣ୍ଟ ଏବଂ ୩୦,୦୦୦ ଟଙ୍କାର ପଞ୍ଜିକରଣ ଫି ଅନ୍ତର୍ଭୁକ୍ତ ରହିଛି।
Comments are closed.