Latest Odisha News

BREAKING NEWS

ଆସନ୍ତୁ ଜାଣିବା କାହିଁକି ଅକ୍ଷୟ କୁମାର ରାଗିଯାଇ ୫୦୦ କୋଟିର ମାନହାନି ମୋକଦ୍ଦମା କଲେ

ମୁମ୍ବାଇ: ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ରାଗିଯାଇ ଜଣେ ୟୁଟ୍ୟୁବର ବିରୋଧରେ ୫୦୦ କୋଟିର ମାନହାନି ମୋକଦ୍ଦମା କରିଛନ୍ତି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କଣ ଥିଲା । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ କେସରେ ବିହାରର ୟୁ ଟ୍ୟୁବର ରଶିଦ ସିଦ୍ଦିକ୍ ବଲିଉଡ ଷ୍ଟାରଙ୍କ ନାମ ଏହି କେସରେ ଯୋଡିଥିଲେ । ତାଙ୍କ ଭାଇରାଲ ଭିଡିଓରେ ସେ ରିୟା ଚକ୍ରବର୍ତିଙ୍କୁ କାନାଡା ଫେରାର ହେବାରେ ସହଯୋଗ କରିଥିଲେ ।

ସୁଶାନ୍ତଙ୍କ କେସରେ ଅକ୍ଷୟ ମୁମ୍ବାଇ ପୋଲିସ ଓ ଆଦିତ୍ୟ ଠାକରେଙ୍କ ସହ ଗୁପ୍ତ ବୈଠକ କରିଥିଲେ । ଏହା ଜାଣିବା ପରେ ଖିଲାଡି କୁମାର ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ନିକଟରେ ସେ ଲକ୍ଷ୍ମୀ ଫିଲ୍ମରେ ମୁସଲମାନ ଭୂମିକା କରବା ନେଇ ଚର୍ଚ୍ଚାରେ ରହିଥିଲେ । ଯାହାକୁ ବିଭିନ୍ନ ମହଲରେ ବିରୋଧ କରାଯାଇଥିଲା । ଫିଲ୍ମ ମଧ୍ୟ ଆଶାନୁରୂପ ବ୍ୟବସାୟ କରିପାରି ନ ଥିଲା ।

Leave A Reply

Your email address will not be published.