Latest Odisha News

BREAKING NEWS

କରୋନା ଭୂତାଣୁ ବାଣ୍ଟିଲା ଗହଣା ଦୋକାନ, କୋକୁଆ ଭୟରେ ଗ୍ରାହକ !

ଇନ୍ଦୋର: ଧନ୍‌ତେରାସ୍ ଓ ଦୀପାବଳିରେ ସୁନାଗହଣା ଦୋକାନରେ ଲାଗିଥିଲା ଅପ୍ରତ୍ୟଶିତ ଭିଡ । ନୂଆ ଗହଣାଗାଣ୍ଠି କିଣିବା ପାଇଁ ଲୋକଙ୍କ ମନରେ ଥିଲା ଉତ୍ସାହ ଓ ଉଦ୍ଦିିପନା । ହେଲେ ମଧ୍ୟପ୍ରଦେଶ ଇନ୍ଦୋରରେ ଏକ ଗହଣା ଦୋକାନରେ ଅଳଙ୍କାର କିଣି ଲୋକେ କୋକୁଆ ଭୟରେ ରହିବାକୁ ବାଧ୍ୟ ହୋଇଛନ୍ତି ।

ଇନ୍ଦୋରରେ ଥିବା ଆନନ୍ଦ ଜୁଏଲାର୍ସର ୩୧ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ବିଜୁଳି ବେଗରେ ପ୍ରଚାରିତ ହୋଇଥିଲା । ଏହି ଖବର ଶୁଣିବା ପରେ ସେହି ଦୋକାନକୁ ବିଗତ କିଛି ଦିନ ପୂର୍ବରୁ ଯାଇଥିବା ଗ୍ରାହକଙ୍କ ମଧ୍ୟରେ ଭାଳେଣି ପଡିଛି ।

ପ୍ରଥମେ ଗହଣା ଦୋକାନର ୨୦ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ବୋଲି ଜଣାପଡିଥିଲା । ତେବେ ପରେ ବିଳମ୍ବିତ ରାତ୍ରିରେ ଆଉ ୧୧ଜଣ କର୍ମଚାରୀଙ୍କ ମଧ୍ୟରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ଏହି ଘଟଣା ପରେ କିଛିଦିନ ମଧ୍ୟରେ ଦୋକାନକୁ ଆସିଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରି ସଙ୍ଗରୋଧରେ ରହିବାକୁ ସ୍ଥାନୀୟ ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି । ଅନ୍ୟପକ୍ଷରେ ଦୋକାନକୁ ବନ୍ଦ କରାଯାଇ ସାନିଟାଇଜ୍ ମଧ୍ୟ କରାଯାଇଛି ।

Leave A Reply

Your email address will not be published.