Latest Odisha News

BREAKING NEWS

ଆଗାମୀ ଫିଲ୍ମ ପାଇଁ ଅକ୍ଷୟଙ୍କ ହାଇ ଡିମାଣ୍ଡ୍‌; ଫିଲ୍ମ ପାଇଁ ନେବେ ୧୩୫ କୋଟି!

ନୂଆଦିଲ୍ଲୀ: ବଲିଉଡ୍‌ର ଏକମାତ୍ର କଳାକାର ଅକ୍ଷୟ କୁମାର ଯିଏ କି ବର୍ଷ ତମାମ ନିଜ କର୍ମମୟ ଜୀବନକୁ ନେଇ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ତେବେ ଅତ୍ୟଧିକ ଚାହିଦା ହେତୁ ଅକ୍ଷୟ ତାଙ୍କର ଅଭିନୟ ଶୁଳ୍କ ଆହୁରି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଗତ କିଛି ମାସ ମଧ୍ୟରେ ଅକ୍ଷୟ କୁମାରଙ୍କ ତାଙ୍କ ଫିକୁ ଧୀରେ ଧୀରେ ୯୯ କୋଟିରୁ ୧୦୮ କୋଟି ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଏବଂ ଶେଷରେ ସେ ସ୍ୱାକ୍ଷର କରିଥିବା ଚଳଚ୍ଚିତ୍ର ପାଇଁ ୧୧୭ କୋଟିରେ ସ୍ଥିର ହୋଇଛି। ପ୍ରତ୍ୟେକ ନିର୍ମାତା ମଧ୍ୟ ଅକ୍ଷୟଙ୍କୁ ନେବାକୁ ଚାହୁଛନ୍ତି। ଅକ୍ଷୟ ଏବେ ପ୍ରତ୍ୟେକ ଚଳଚ୍ଚିତ୍ର ଅଫର ଆସିବା ସହିତ ସେ ତାଙ୍କ ଦେୟ ବୃଦ୍ଧି କରିଛନ୍ତି। ୨୦୨୨ରେ ରିଲିଜ୍ ପାଇଁ ଧାର୍ଯ୍ୟ ହୋଇଥିବା ଚଳଚ୍ଚିତ୍ର ପାଇଁ ଅକ୍ଷୟ ଅଧିକ ଦାବି କରିଛନ୍ତି। ପ୍ରତି ଫିଲ୍ମ ପାଇଁ ଅକ୍ଷୟ ୧୩୫ କୋଟି ଟଙ୍କା ନେବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

Comments are closed.