Latest Odisha News

ଅକ୍ଷୟ କୁମାର ସର୍ବାଧିକ ଆୟ କରୁଥିବା ଅଭିନେତା

ମୁମ୍ବାଇ: ଫୋର୍ବସ ବିଶ୍ୱର ସବୁଠାରୁ ଅଧିକ ଟଙ୍କା ନେଉଥିବା ସେଲିବ୍ରିଟିଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ବିଶ୍ୱର ବହୁ ନାମୀଦାମୀ ଅଭିନେତା ସ୍ଥାନ ପାଇଥିବା ବେଳେ ଭାରତୀୟ ଅଭିନେତା ଭାବେ କେବଳ ଅକ୍ଷୟ କୁମାରଙ୍କ ନାଁ ସାମିଲ ହୋଇ ପାରିଛି ।

ମିଳିଥିବା ସୂଚନା ଅନୁଯାୟୀ ଫୋର୍ବସ ପତ୍ରିକା ଅକ୍ଷୟଙ୍କୁ ସବୁଠାରୁ ଅଧିକ ଆୟ କରୁଥିବା ଭାରତୀୟ ଅଭିନେତା ବୋଲି ଦର୍ଶାଇଛି । ଏହି ତାଲିକାର ୩୫ ନମ୍ବର ସ୍ଥାନରେ ଅକ୍ଷୟ କୁମାର ରହିଛନ୍ତି।

ପତ୍ରିକା ଅନୁସାରେ, ଜୁନ୍‌ ୨୦୧୮ରୁ ଜୁନ୍‌ ୨୦୧୯ ମଧ୍ୟରେ ଅକ୍ଷୟ ପ୍ରାୟ ୪୪୪କୋଟି ଟଙ୍କା ଆୟ କରି ଇଣ୍ଟରନ୍ୟାସନାଲ ଷ୍ଟାର ରିହାନା, ଜ୍ୟାକି ଚେନ, ସ୍କାରଲେଟ ଜୋହାନସନ ଏବଂ ବ୍ରେଡ୍‌ଲୀ କୁପରଙ୍କୁ ପଛରେ ପକାଇ ଦେଇଛନ୍ତି ।

ଅଗଷ୍ଟ ୧୫ରେ ରିଲିଜ ହେବାକୁ ଯାଉଛି ଅକ୍ଷୟଙ୍କ ଚଳଚ୍ଚିତ୍ର ‘ମିଶନ ମଙ୍ଗଳ’ । ଏହି ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ ତାପସୀ ପନ୍ନୁ, ବିଦ୍ୟା ବାଲାନ, ସୋନାକ୍ଷୀ ସିହ୍ନା, ଶର୍ମନ ଯୋଶୀ ଏବଂ କ୍ରିତୀ ନଜର ଆସିବେ ।

Leave A Reply

Your email address will not be published.