Latest Odisha News

ମାଆ ଅସୁସ୍ଥ ଥିବା ଜାଣି ଲଣ୍ଡନରେ ଫିଲ୍ମ ଶୁଟିଂ ଅଧାରୁ ଛାଡି ଘରକୁ ଫେରିଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଷ୍ଟାର ଅକ୍ଷୟ କୁମାର ତାଙ୍କ ମାଆ ଅରୁଣା ଭାଟିୟାଙ୍କୁ ବହୁତ ଭଲ ପାଆନ୍ତି । ୭୭ ବର୍ଷୀୟ ଅରୁଣା ହୀରାନନ୍ଦନୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ମାଆଙ୍କ ଅବସ୍ଥା ଗୁରୁତର ଶୁଣିବା ମାତ୍ରେ ଅକ୍ଷୟ ସିଣ୍ଡ୍ରେଲା ଫିଲ୍ମର ଶୁଟିଂ ଅଧାରୁ ଛାଡି ମାଆଙ୍କ ପାଖକୁ ପଳାଇ ଆସିଥିଲେ । ଅରୁଣାଙ୍କ ଅବସ୍ଥା ଗୁରୁତର ନ ଥିବା ଶୁଣି ସେ ଆଶ୍ୱସ୍ତ ହୋଇଛନ୍ତି ।

ଯେଉଁ ଦୃଶ୍ୟଗୁଡିକରେ ଅକ୍ଷୟ ରହିବା ଆବଶ୍ୟକ ନାହିଁ ସେଗୁଡିକର ଶୁଟିଂ ଜାରୀ ରଖିବା ପାଇଁ ସେ ନିର୍ମାତାଙ୍କୁ କହିଛନ୍ତି । ଏବେ ଖିଲାଡି ଷ୍ଟାରଙ୍କୁ ବର୍ଷକ ମଧ୍ୟରେ ୮ଫିଲ୍ମର ଶୁଟିଂରେ ବ୍ୟସ୍ତ ରହିବେ ।

Comments are closed.