Latest Odisha News

BREAKING NEWS

ଏହି ୩ଟି ଦେଶରେ ବ୍ୟାନ୍‌ ହୋଇଛି ‌ଫିଲ୍ମ ‘ବେଲବଟମ୍‌’

ମୁମ୍ବାଇ: ମହାମାରୀ ପରେ ପ୍ରଥମ ଥର ପାଇଁ ପ୍ରେକ୍ଷାଳୟରେ ରିଲିଜ କରିଛଇ ‌ଅକ୍ଷୟ କୁମାରଙ୍କ ଅଭିନୀତ ‘ବେଲ୍‌ବଟମ୍‌’। ଅଗଷ୍ଟ ୧୯ ରେ ଏହି ମୁଭି ରିଲିଜ କରିଛି। ଏହି ଚଳଚ୍ଚିତ୍ରଟି ସମାଲୋଚକମାନଙ୍କ ପ୍ରଶଂସା ଏବଂ ଦର୍ଶକଙ୍କ ଆଦୃତି ଲାଭ କରିଛି। କିନ୍ତୁ ଆପଣ ଜାଣନ୍ତି କି ବେଲବଟମକୁ ଏହି ୩ଟି ଦେଶରେ ‌ବ୍ୟାନ୍‌ କରାଯାଇଛି।

ରିପୋର୍ଟ ଅନୁଯାୟୀ, ତିନି ଆରବ ଦେଶରେ ଅକ୍ଷୟ କୁମାରଙ୍କ ଫିଲ୍ମ ବେଲ ବଟମ୍ ରିଲିଜ୍ କରିବାକୁ ବାରଣ କରାଯାଇଛି। ଏହି ଦେଶଗୁଡ଼ିକ ହେଉଛି ସାଉଦି ଆରବ, କୁଏତ ଏବଂ କତାର। କୁହାଯାଉଛି ଯେ ଏହି ଦେଶର ସେନ୍ସର ବୋର୍ଡ ଫିଲ୍ମର ଏକ ଦୃଶ୍ୟକୁ ବିରୋଧ କରିଛି। ଯେଉଁଥିପାଇଁ ଫିଲ୍ମର ରିଲିଜ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସୂଚନାନୁସାରେ, ୟୁଏଇର ସେନ୍ସର ବୋର୍ଡ କହିଛି ଯେ ଫିଲ୍ମ ବେଲ ବଟମ ତିନି ଦେଶର ଖରାପ ଚିତ୍ର ପ୍ରଦର୍ଶିତ ହୋଇଛି।

Comments are closed.