Latest Odisha News

୨୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ଖିଲାଡି ଷ୍ଟାରଙ୍କ ‘ସ୍କାଏ ଫୋର୍ସ’

ମୁମ୍ବାଇ: ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ସଦ୍ୟ ମୁକ୍ତିଲାଭ କରିଥିବା ଫିଲ୍ମ ‘ସ୍କାଏ ଫୋର୍ସ’ ବର୍ତ୍ତମାନ ବକ୍ସ ଅଫିସ ସହ ବିଦେଶୀ ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରୁଛି । ବହୁତ ଦିନ ପରେ, ତାଙ୍କର ଏହି ଫିଲ୍ମଟି ଦର୍ଶକଙ୍କ ଭଲପାଇବା ସାଉଁଟିଛି ।

ଅକ୍ଷୟ କୁମାରଙ୍କ ୱାର ଆକ୍ସନ ଥ୍ରୀଲର ‘ସ୍କାଏ ଫୋର୍ସ’ ୨୦୨୫ର ପ୍ରଥମ ଫିଲ୍ମ ଯାହା ୧୦୦ କୋଟି ଟଙ୍କା ରୋଜଗାର କରିଛି । ଏହି ଫିଲ୍ମଟି ସନ୍ଦୀପ କେୱଲାନି ଏବଂ ଅଭିଷେକ ଅନିଲ କପୁରଙ୍କ ଦ୍ୱାରା ନିର୍ଦ୍ଦେଶିତ ।

୧୬୦ କୋଟି ଟଙ୍କା ବଜେଟରେ ନିର୍ମିତ ‘ସ୍କାଏ ଫୋର୍ସ’ ବିଶ୍ୱବ୍ୟାପୀ ବକ୍ସ ଅଫିସରେ ୧୫୦ କୋଟି ଟଙ୍କା ପାର୍ କରିଛି ଏବଂ ଏବେ ୨୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ରିପୋର୍ଟ ମୁତାବକ, ଫିଲ୍ମ ‘ସ୍କାଏ ଫୋର୍ସ’ ୧୦ ଦିନରେ ସାରା ବିଶ୍ୱରେ ୧୫୩ କୋଟି ଟଙ୍କା ରୋଜଗାର କରିଛି । ଭାରତରେ କେବଳ ଏହା ୧୧୯.୫ କୋଟି ଟଙ୍କାର ମୋଟ କଲେକ୍ସନ କରିଛି । ଗୋଟିଏ ସପ୍ତାହରେ ୯୯.୭ କୋଟି ଟଙ୍କାର ବ୍ୟବସାୟ କରିଛି ।

ସେହିପରି ଫିଲ୍ମଟିର ରିଲିଜ ହେବାର ୧୨ ଦିନରେ ମଧ୍ୟ ଏହାର କ୍ରେଜ୍ ଦେଖିବାକୁ ମିଳିଛି । ୧୨ତମ ଦିନରେ ଫିଲ୍ମଟି ପ୍ରାୟ ୧.୩୫ କୋଟି ଟଙ୍କା ରୋଜଗାର କରିଛି । ଏହାକୁ ମିଶାଇ ଭାରତରେ ‘ସ୍କାଏ ଫୋର୍ସ’ର ମୋଟ ସଂଗ୍ରହ ୧୨୨.୪୫ କୋଟି ଟଙ୍କା ହୋଇଛି ।

 

Comments are closed.