Latest Odisha News

BREAKING NEWS

ଓ୍ବାର୍କଆଉଟ୍‌ ପରେ କାହିଁକି ଥରିବାକୁ ଲାଗେ ହାତ? ଜାଣନ୍ତୁ ଏହା ପଛର କାରଣ

ଫିଟ୍‌ ଏବଂ ସୁସ୍ଥ ଶରୀର ପାଇବା ପାଇଁ ଲୋକମାନେ ବ୍ୟାୟାମ କରନ୍ତି। ଏଥିପାଇଁ ଜିମ୍‌ରେ ଓ୍ବାର୍କଆଉଟ୍‌ବେଳେ ବହୁତ ଝାଳ ମଧ୍ୟ ବୁହାନ୍ତି। କିନ୍ତୁ ବେଳେବେଳେ ଅତ୍ୟଧିକ ଓ୍ବାର୍କଆଉଟ୍‌ ଯୋଗୁଁ କିଛି ଲୋକଙ୍କ ହାତ ଓ ଗୋଡ ଥରିବା ଆରମ୍ଭ କରେ। ଓ୍ବାର୍କଆଉଟ୍‌ ପରେ ହାତ କିମ୍ବା ଗୋଡ ଥରିବା ଏକ ସାଧାରଣ ସମସ୍ୟା। କିଛି ସମୟ ପରେ ହାତଗୋଡ ଆପେଆପେ ଥରିବା ବନ୍ଦ ହୋଇଯାଏ।

ଯେତେବେଳେ ଆମେ ଜିମରେ ଓ୍ବାର୍କଆଉଟ୍‌ କରୁ, ଆମ ଶରୀର ବହୁତ କଠିନ ପରିଶ୍ରମ କରିଥାଏ। ମାଂସପେଶୀର କାର୍ଯ୍ୟକଳାପ ବୃଦ୍ଧି ପାଇବା ସହିତ, ଶରୀରରେ ଲାକ୍ଟିକ ଏସିଡ ଜମା ହୁଏ, ଯାହା ଥକ୍କାପଣ ଏବଂ କ୍ଳାନ୍ତିର କାରଣ ହୋଇପାରେ। ଏହା ବ୍ୟତୀତ, ଯେତେବେଳେ ଆମେ ହାଇ ଡେନସିଟ୍‌ ଓ୍ବାର୍କଆଉଟ୍‌ କରୁ, ଗ୍ଲୁକୋଜ ସ୍ତର କମ ହୋଇପାରେ। ଏହି ସମୟରେ ହାତ ଥରିବା ଭଳି ସ୍ଥିତି ସୃଷ୍ଟି ହୋଇଥାଏ।

ଓ୍ବାର୍କଆଉଟ୍‌ ସମୟରେ ଶରୀର ଅଧିକ ଶକ୍ତି ଖର୍ଚ୍ଚ କରିଥାଏ। ଯଦି ଆପଣଙ୍କ ଶରୀରରେ ପର୍ଯ୍ୟାପ୍ତ କାର୍ବୋହାଇଡ୍ରେଟ (ଗ୍ଲୁକୋଜ) ନାହିଁ, ତେବେ ଏହା ଦୁର୍ବଳ ଲାଗିବା ସହ ଥରବିାକୁ ଲାଗେ। ବ୍ୟାୟାମ ସମୟରେ ଝାଳ ବାହାରିବା ଦ୍ୱାରା ଶରୀରରୁ ସୋଡିୟମ, ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ଭଳି ଇଲେକ୍ଟ୍ରୋଲାଇଟ୍ସ ହ୍ରାସ ପାଇପାରେ। ଏଗୁଡ଼ିକର ଅଭାବ ମାଂସପେଶୀ କ୍ରାମ୍ପ ଏବଂ କମ୍ପନ ସୃଷ୍ଟି କରିପାରେ। ଦୀର୍ଘ ସମୟ ଧରି କାମ କରିବା କିମ୍ବା ଭାରୀ ଓଜନ ଉଠାଇବା ଦ୍ୱାରା, ଶରୀରର ମାଂସପେଶୀ କ୍ଳାନ୍ତ ହୋଇଯାଏ ଏବଂ ମାଂସପେଶୀଗୁଡ଼ିକ ମସ୍ତିଷ୍କରୁ ପର୍ଯ୍ୟାପ୍ତ ସଂକେତ ପାଇପାରନ୍ତି ନାହିଁ।

ତେଣୁ ବ୍ୟାୟାମ ପୂର୍ବରୁ ଏବଂ ପରେ ସଠିକ ଖାଦ୍ୟ ଖାଆନ୍ତୁ। ବିଶେଷକରି କାର୍ବୋହାଇଡ୍ରେଟ, ପ୍ରୋଟିନ ଏବଂ ହେଲଦି ଫ୍ୟାଟ୍ସ ଖାଆନ୍ତୁ ଯାହାଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ଶକ୍ତି ମିଳିବା ସହ ମାଂସପେଶୀଗୁଡ଼ିକୁ ସଠିକ ଭାବରେ କାର୍ଯ୍ୟ କରିବା ପାଇଁ ଶକ୍ତି ମିଳିବ।

ଜଳୀୟ ଅଂଶ: ବ୍ୟାୟାମ ସମୟରେ ଏବଂ ପରେ ସଠିକ ପରିମାଣର ପାଣି ପିଇବା ବହୁତ ଗୁରୁତ୍ୱପୂର୍ଣ୍ଣ। ପାଣି ସହିତ ଇଲେକ୍ଟ୍ରୋଲାଇଟ୍ସର ସନ୍ତୁଳନ ବଜାୟ ରଖିବା ପାଇଁ, ଇଲେକ୍ଟ୍ରୋଲାଇଟ ଯୁକ୍ତ ପାନୀୟ ମଧ୍ୟ ଲାଭଦାୟକ ହୋଇପାରେ।

ପର୍ଯ୍ୟାପ୍ତ ନିଦ: ଶରୀର ସୁସ୍ଥ ରହିବା ପାଇଁ ନିଦ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ପର୍ଯ୍ୟାପ୍ତ ନିଦ ନ ପାଆନ୍ତି, ତେବେ ବ୍ୟାୟାମ ପରେ ଆପଣଙ୍କ ମାଂସପେଶୀ ଦୂର୍ବଳ ହେବା ସହ ଥରିବାକୁ ଲାଗିଥାଏ।

Comments are closed.