ପ୍ରୟାଗରାଜ: ସରି ସରି ଆସୁଛି ମହାକୁମ୍ଭ । ହାତରେ ମାତ୍ର ଦିନଟିଏ । ତେଣୁ ଏଭଳି ମୁହୂର୍ତ୍ତକୁ ହାତ ଛଡା ନକରିବା ପାଇଁ ଏବେ, ଶେଷ ସମୟରେ ଏବେ ସଙ୍ଗମକୁ ଛୁଟୁଛି, ଭକ୍ତଙ୍କ ସୁଅ । ଏବେ ପର୍ଯ୍ୟନ୍ତ ପାଖାପାଖି ୬୦ କୋଟି ଲୋକ ମହାକୁମ୍ଭରେ ସାମିଲ ହୋଇସାରିଲାଣି । ଆଉ ଶେଷ ମୁହୂର୍ତ୍ତରେ ମଧ୍ୟ, ଦିନକୁ ପ୍ରାୟ କୋଟି କୋଟି ଶ୍ରଦ୍ଧାଳୁ ଏବେ ମହାକୁମ୍ଭ ଆସୁଛନ୍ତି ।
ଏହି ପରିପ୍ରେକ୍ଷୀରେ ଆଜି ପ୍ରୟାଗରାଜରେ ମହାକୁମ୍ଭ ପବିତ୍ର ବୁଡ ପକାଇଛନ୍ତି ବଲିଉଡ ଖିଲାଡି ଭାଇ ଅକ୍ଷୟ କୁମାର । ମହାକୁମ୍ଭରେ ପହଞ୍ଚି ଅକ୍ଷୟ ପୂଜାର୍ଚ୍ଚନା କରିବା ସହ ବୁଡ ପକାଇ ଖୁସି ବକ୍ତ କରିଥିଲେ । ମହାକୁମ୍ଭର ବ୍ୟବସ୍ଥାକୁ ପ୍ରଶଂସା କରି, ଏଭଳି ମହାନ ଧାର୍ମିକ କାର୍ଯ୍ୟକ୍ରମର ପରିଚାଳନା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଅକ୍ଷୟ ।

ଏନେଇ ଅକ୍ଷୟ କହିଛନ୍ତି, ମୁଁ ବହୁତ ମଜା କରିଥିଲି । ଏଠିକା ବ୍ୟବସ୍ଥା ବହୁତ ଭଲ । ବ୍ୟବସ୍ଥା ବହୁତ ଭଲ ଭାବରେ କରାଯାଇଛି । ଏପରି ଭଲ ବ୍ୟବସ୍ଥା କରିବା ପାଇଁ ଆମେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିକଟରେ କୃତଜ୍ଞ । ଏଥିସହିତ ସେ ଏହା ବି କହିଛନ୍ତି, ମୋର ଏବେ ବି ମନେ ଅଛି ଯେତେବେଳେ ୨୦୧୯ରେ ଶେଷ କୁମ୍ଭ ଅନୁଷ୍ଠିତ ହୋଇଥିଲା, କୁଢ କୁଢ ଲୋକମାନେ ଆସୁଥିଲେ, କିନ୍ତୁ ଏଥର ସବୁ ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ ଆସୁଛନ୍ତି । ଅମ୍ବାନୀ, ଆଦାନୀ ଏବଂ ବଡ଼ ବଡ଼ ଅଭିନେତା, ସମସ୍ତେ ମହାକୁମ୍ଭ ଆସୁଛନ୍ତି ବୋଳି ସେ କହିଛନ୍ତି ।

ସେପହିପରି ସଙ୍ଗମରେ ସୋମବାର ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫକୁ ମଧ୍ୟ ଦେଖିବାକୁ ମିଳିଛି । ସଙ୍ଗମରେ ପୂଜାର୍ଚ୍ଚନା କରି ବୁଡ ପକାଇ, ଗଣମାଧ୍ୟମ ଆଗରେ ଖୁସି ବ୍ୟକ୍ତ କରିଛନ୍ତି କ୍ୟାଟ୍ରିନା । ନିଜ ଶାଶୁଙ୍କ ସହ ସଙ୍ଗମରେ ଥିବା ସାଧୁଙ୍କ ଶିବିରରେ କିଛି ମୁହୂର୍ତ୍ତ ବିତାଇଥିଲେ କ୍ୟାଟ୍ରନା ।

ସେହିପରି ସୋନାଲି ବେନ୍ଦ୍ରେ ମଧ୍ୟ ତାଙ୍କ ପରିବାର ସହ ସଙ୍ଗମରେ ବୁଡ ପକାଇଛନ୍ତି ।

Comments are closed.