Latest Odisha News

BREAKING NEWS

ଆସୁଛି ‘OMG’ର ସିକ୍ୱେଲ୍; ଅକ୍ଷୟଙ୍କ ସହ ନଜର ଆସିବେ ଏହି ହିରୋଇନ୍…

ମୁମ୍ବାଇ: ଲୋକପ୍ରିୟ ବଲିଉଡ୍ ଷ୍ଟାର ଅକ୍ଷୟ କୁମାର ଏବଂ ରାଣୀ ମୁଖାର୍ଜୀ ନିଜର ଦମଦାର ଅଭିନୟ ପାଇଁ ଆଜିବି ପ୍ରଶଂସକଙ୍କ ହୃଦୟରେ ରାଜ କରୁଛନ୍ତି। ଯଦିଓ ସେମାନେ ଦୁହେଁ ଏକାଠି ଫିଲ୍ମରେ କାମ କରିବାର ଦେଖାଯାଇ ନାହିଁ। ଆଉ ଏବେ ସେମାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର।

ରିପୋର୍ଟ ଅନୁସାରେ ଏହି ଦୁଇ ଷ୍ଟାର ଏକାଠି ଏକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି। ଏହି ଫିଲ୍ମଟି ଅକ୍ଷୟ କୁମାରଙ୍କ ସୁପରହିଟ୍ ଫିଲ୍ମ ମଧ୍ୟରୁ ଗୋଟିଏର ସିକ୍ୱେଲ୍। ପିଙ୍କଭିଲାର ଏକ ରିପୋର୍ଟ ଅନୁଯାୟୀ, “ଓ ମାଇ ଗଡ୍ 3” ଫିଲ୍ମରେ ରାଣୀ ମୁଖାର୍ଜୀ, ଅକ୍ଷୟ କୁମାରଙ୍କ ବିପକ୍ଷରେ ନଜର ଆସିବେ।

“ଓଏମଜି” ହେଉଛି ଅକ୍ଷୟ କୁମାରଙ୍କ ସବୁଠାରୁ ଲୋକପ୍ରିୟ ଫ୍ରାଞ୍ଚାଇଜ୍। ଏହି ଫ୍ରାଞ୍ଚାଇଜ୍ ର ତୃତୀୟ ଭାଗରେ ରାଣୀ ମୁଖାର୍ଜୀ ସାମିଲ୍ ହେଲେ ଏହା ଫିଲ୍ମକୁ ଏକ ଭିନ୍ନ ସ୍ତରକୁ ନେଇଯିବ। “ଓ ମାଇ ଗଡ୍” ଉପରେ ପ୍ରି-ପ୍ରଡକ୍ସନ୍ କାମ ଆରମ୍ଭ ହୋଇସାରିଛି। ଫିଲ୍ମଟି ୨୦୨୬ ମଧ୍ୟଭାଗରେ ରିଲିଜ ହେବ। କୁହାଯାଉଛି ଯେ ନିର୍ଦ୍ଦେଶକ ଅମିତ ରାୟ ପୂର୍ବ ଦୁଇଟି ଫିଲ୍ମ ଅପେକ୍ଷା ଏଥିରେ ଅଧିକ ଗୁରୁତ୍ୱପୂର୍ଣ୍ଣ କାହାଣୀ ନେଇ ଆସୁଛନ୍ତି।

ଅକ୍ଷୟ କୁମାରଙ୍କ ଫିଲ୍ମ “OMG” ୨୦୧୨ରେ ମୁକ୍ତିଲାଭ କରିଥିଲା ଏବଂ ଏହାର ନିର୍ଦ୍ଦେଶନା ଉମେଶ ଶୁକ୍ଲା ଦେଇଥିଲେ। ଏହାର ସିକ୍ୱେଲ୍, “OMG 2” ଅମିତ ରାୟଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା ଏବଂ ୨୦୨୩ରେ ମୁକ୍ତିଲାଭ କରିଥିଲା। ଅକ୍ଷୟ କୁମାରଙ୍କ ଦୁଇଟି ଫିଲ୍ମର କାହାଣୀକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଥିଲା। ଏପରିକି ବକ୍ସ ଅଫିସରେ ମଧ୍ୟ ଭଲ କଲେକ୍ସନ କରିଥିଲା।

 

Comments are closed.