ବଲିଉଡ ସିଙ୍ଗର କେକେଙ୍କ ବିୟୋଗ: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ଅକ୍ଷୟ କୁମାର ଏବଂ ଅନ୍ୟାନ୍ୟ ତାରକା
ମୁମ୍ବାଇ: ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ କୃଷ୍ଣକୁମାର କୁନାଥଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କୋଲକାତା ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିଏମଆରଆଇ)ରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବିୟୋଗରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବଡ ବଡ ନେତା ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି । କେକେଙ୍କ ବିୟୋଗ ସଙ୍ଗୀତ ଦୁନିଆରେ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ।
ଆହୁରି ପଢ଼ନ୍ତୁ: ଲାଇଭ ଷ୍ଟେଜରେ ଗୀତ ଗାଇବା ବେଳେ ଟଳି ପଡିଲେ ବଲିଉଡ ସିଙ୍ଗର କେକେ
Saddened by the untimely demise of noted singer Krishnakumar Kunnath popularly known as KK. His songs reflected a wide range of emotions as struck a chord with people of all age groups. We will always remember him through his songs. Condolences to his family and fans. Om Shanti.
— Narendra Modi (@narendramodi) May 31, 2022
KK was a very talented and versatile singer. His untimely demise is very saddening and a huge loss to Indian music. With his gifted voice, he has left an indelible impression on the minds of countless music lovers. My deepest condolences to his family and fans. Om Shanti Shanti
— Amit Shah (@AmitShah) May 31, 2022
ସେହିପରି ବଲିଉଡ କଳାକାର ଅକ୍ଷୟ କୁମାର, ବିଶାଲ ଦାଡଲାନି, ରାହୁଲ ବୈଦ୍ୟଙ୍କ ସମେତ ଅନେକ ତାରକା ତାଙ୍କ ବିୟୋଗରେ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି। ଅକ୍ଷୟ କୁମାର କେକେଙ୍କ ବିୟୋଗରେ ଶୋକ ପ୍ରକାଶ କରି ଲେଖିଛନ୍ତି, କେକେଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। । ସେହିପରି କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଦାଡଲାନୀ କେକେଙ୍କୁ ମନେ ପକାଇ ଟୁଇଟ୍ କରିଛନ୍ତି, ଏବେ ଆଉ ଲୁହ ଅଟକିବ ନାହିଁ। ସେ ଜଣେ ଭଲ ମଣିଷ ଥିଲେ। ତାଙ୍କ କଣ୍ଠର ଯାଦୁକୁ ଚିରଦିନ ପାଇଁ ଅମର ରହିବ ।
Extremely sad and shocked to know of the sad demise of KK. What a loss! Om Shanti 🙏🏻
— Akshay Kumar (@akshaykumar) May 31, 2022
The tears won't stop. What a guy he was. What a voice, what a heart, what a human being. #KK is FOREVER!!!
— VISHAL DADLANI (@VishalDadlani) May 31, 2022
ଲୋକପ୍ରିୟ ବଲିଉଡ ସିଙ୍ଗର କେକେ କୋଲକାତାରେ ଏକ ଇଭେଣ୍ଟରେ ଲାଇଭ୍ ପରଫର୍ମ କରୁଥିବା ବେଳେ ହଠାତ ତଳେ ପଡି ଯାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ରାତି ୧୦ଟା ୩୦ ସମୟରେ ତାଙ୍କୁ ହସ୍ପିଟାଲରେ ଅଣାଯାଇଥିଲା । ଏହାପରେ ତାଙ୍କୁ କୋଲକାତା ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିଏମଆରଆଇ)ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ କେକେଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିିଛି ।
Comments are closed.