Latest Odisha News

BREAKING NEWS

ଭାଇରାଲ୍‌ ହେଉଛି ଅକ୍ଷୟ କୁମାରଙ୍କ ଶାହ୍‌ଜାହାନ୍‌ ଅବତାର

ନୂଆଦିଲ୍ଲୀ: ଅକ୍ଷୟ କୁମାର ଏବଂ ସାରା ଅଲି ଖାନଙ୍କ ଆଗାମୀ ଫିଲ୍ମ ‘ଅତ୍‌ରଙ୍ଗୀ ର‌େ’ର ସୁଟିଂ ଆରମ୍ଭ ହୋଇଛି। ଏହି ଚଳଚ୍ଚିତ୍ରରେ ଧନୁଷ ମଧ୍ୟ ତାଙ୍କ ସହ ନଜର ଆସିବେ। ସମ୍ପ୍ରତି ସମସ୍ତ ଷ୍ଟାର୍‌କାଷ୍ଟ୍‌ ଦିଲ୍ଲୀ ଏନସିଆର ଅଞ୍ଚଳରେ ଅତ୍‌ରଙ୍ଗୀ ରେ ସୁଟିଂରେ ବ୍ୟସ୍ତ ଅଛନ୍ତି।

ତେବେ ଏହି ସମୟ ମଧ୍ୟରେ ଅକ୍ଷୟ ଏକ ଭିଡିଓ ସେୟାର କରିଛନ୍ତି, ଯାହା ଫିଲ୍ମର ଏକ ଅଂଶ। ଏହି ଭିଡିଓରେ ଅକ୍ଷୟ ମୋଗଲ ଅବତାରରେ ନଜର ଆସିଛନ୍ତି। ସେ ହାତରେ ଏକ ଗୋଲାପ ଫୁଲ ଧରିଛନ୍ତି। ଏହି ସମୟରେ ସାରା ଅଲି ଖାନ୍‌ ମଧ୍ୟ ଏକ ଫଟୋ ସେୟାର କରିଛନ୍ତି। ଯାହାକୁ ଦେଖିବା ପରେ ଉଭୟଙ୍କ ପ୍ରଶଂସକ ଫିଲ୍ମ ପାଇଁ ବହୁତ ଖୁସି ଥିବା ଜଣାପଡ଼ୁଛି। ଅକ୍ଷୟଙ୍କ ଏହି ନୂଆ ଲୁକ୍ ତାଙ୍କ ପ୍ରଶଂସକଙ୍କୁ ବେଶ୍‌ ଆକର୍ଷିତ ମଧ୍ୟ କରୁଛି।

ସାରା ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ଅକ୍ଷୟ ମୋଗଲ ଯୁଗର ଗେଟଅପ୍ ରେ ନଜର ଆସିଛନ୍ତି। ତେବେ ସେ କ୍ୟାପସନରେ ସ୍ପଷ୍ଟ କରିଛନ୍ତି ଯେ ସେ ଶାହ୍‌ଜାହାନ୍‌ ନୁହଁନ୍ତି ସେ ଅକ୍ଷୟ। ଫଟୋରେ ଅକ୍ଷୟ ଏକ ରଥରେ ବସିଛନ୍ତି ଏବଂ ତାଙ୍କ ହାତରେ ଗୋଲାପ ମଧ୍ୟ ଅଛି। ସାରା ତାଙ୍କ ଫଟୋ ସେୟାର କରିବାବେଳେ ଲେଖିଥିଲେ, “ଏହା ଶାହ୍‌ଜାହାନ୍‌ ନୁହଁନ୍ତି ବରଂ ଅକ୍ଷୟ କୁମାର” ଏହାଠୁ ଅଧିକ ଅତ୍‌ରଙ୍ଗୀ ଆଉ କଣ ହେଇପାରେ। ଯେତେବେଳେ ଅକ୍ଷୟ କୁମାର ତାଙ୍କ ଡ୍ୟାନ୍ସ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ “ୱାଃ ତାଜ” ଲେଖିଛନ୍ତି।

Leave A Reply

Your email address will not be published.