Latest Odisha News

BREAKING NEWS

ଇଣ୍ଟରନେଟରେ ଭାଇରାଲ୍ ବିଅର ମ୍ୟାଗି ଡ୍ରିଙ୍କ

ଭୁବନେଶ୍ୱର: ଚଳିତବର୍ଷକୁ ଲୋକେ ଅଜବ ବର୍ଷ ଭାବେ ନାମିତ କରିଛନ୍ତି । ତେବେ କେବଳ ନାମକରଣ ନୁହେଁ ବରଂ ଏପରି ଅନେକ କାରନାମା ବି ସାମ୍ନାକୁ ଆସିଛି । ଏହି ଅଜବଗଜବ ଧାରାରେ ସାମିଲ ହୋଇ ଦିଲ୍ଲୀର ଏକ କାଫେ ହାଉସ୍ ଏକ ଅଜବ ଡ୍ରିଙ୍କ ପାଇଁ ଚର୍ଚ୍ଚାକୁ ଆସିଛି ।

ଏହି ଡ୍ରିଙ୍କର ନାଁ ରହିଛି ବିଅର୍ ମ୍ୟାଗି । ତେବେ କେବଳ ନାଁ ନୁହେଁ ବରଂ ସତରେ ଏକ ଗ୍ଲାସ୍ ବିଅରରେ ମ୍ୟାଗି ପକାଯାଇ ଗ୍ରାହକଙ୍କୁ ଏହି ଡ୍ରିଙ୍କ ଦିଆଯାଉଛି । ତେବେ ଏଥିପାଇଁ ଆପଣଙ୍କୁ ମାନସିକ ଭାବେ ପ୍ରସ୍ତୁତ ହେବାକୁ ପଡିବ । କାହିଁକି ନା ବିଅର ଓ ମ୍ୟାଗିର କମ୍ବିନେସନ ବୋଧ ହୁଏ ଆପଣଙ୍କୁ ଟିକେ ଅଜବ ଲାଗିପାରେ ।

ତେବେ ସ୍ୱାଦ ଯାହା ବି ହେଉନା କାହିଁକି । ଲୋକେ କିନ୍ତୁ ଏହି ବିଅର ମ୍ୟାଗିର ଭିଡିଓକୁ ଖୁବ ଜୋରସୋରରେ ସୋସିଆଲ ମିଡିଆରେ ଭାଇରାଲ୍ କରିଛନ୍ତି । କରୋନା ମହାମାରୀ ପରେ ଭାରତର ସମସ୍ତ ଦେଶରେ ଥିବା ରେଷ୍ଟୁରାଣ୍ଟ ବିପୁଳ କ୍ଷତିର ସାମ୍ନା କରିଥିଲେ । ଲୋକେ ବି କରୋନା ଭୟରେ ବାହାରେ ଖାଦ୍ୟ ଗ୍ରହଣ କରିବାକୁ କୁଣ୍ଠାବୋଧ କରୁଛନ୍ତି । ଏପରି ସ୍ଥିତିରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଦିଲ୍ଲୀର ହାଉସ୍‌ଫୁଲ୍ କାଫେ ବିଅର ମ୍ୟାଗି ଡ୍ରିଙ୍କର ଉଦ୍ଭାବନ କରି ଚର୍ଚ୍ଚାକୁ ଆସିଛି ।

Leave A Reply

Your email address will not be published.