Latest Odisha News

BREAKING NEWS

ପୁଣି ପ୍ରଶଂସକଙ୍କ ହୃଦୟ ଜିତିଲେ ଅକ୍ଷୟ, ଦର୍ଘା ନିର୍ମାଣ ପାଇଁ ଦାନ କଲେ ଏତେ ଟଙ୍କା

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଖେଲ ଖେଲ ମେଁ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହା ହେଉଛି ଚଳିତ ବର୍ଷର ଅଭିନେତାଙ୍କର ତୃତୀୟ ଚଳଚ୍ଚିତ୍ର । ଯାହା ପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଜଣେ ଭଲ ଅଭିନେତା ହେବା ବ୍ୟତୀତ ଅକ୍ଷୟ କୁମାର ତାଙ୍କର ବଡ ହୃଦୟ ପାଇଁ ବେଶ ଜଣାଶୁଣା । ଅକ୍ଷୟ କୁମାର ଲୋକଙ୍କୁ ସାହାଯ୍ୟ କରିବାରେ ସବୁବେଳେ ତତ୍ପର ଥାଆନ୍ତି ।

ଅନେକ ଥର ଅଭିନେତା ଲକ୍ଷାଧିକ ଟଙ୍କା ଦାନ କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ, ଅଭିନେତା ପୁଣିଥରେ ସମାନ କାର୍ଯ୍ୟ କରିଛନ୍ତି, ଯେଉଁ କାରଣରୁ ସେ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି । ନିକଟରେ ଅକ୍ଷୟ କୁମାର ମୁମ୍ବାଇର ହାଜି ଅଲୀ ଦର୍ଘା ପରିଦର୍ଶନ କରିଥିଲେ, ଯେଉଁଠାରେ ହାଜି ଅଲୀ ଦର୍ଘା ଟ୍ରଷ୍ଟ ଓ ମହିମ ଦର୍ଘା ପରିଚାଳନା ଟ୍ରଷ୍ଟି ଶ୍ରୀ ସୁହେଲ ଖଣ୍ଡଓ୍ବାନିଙ୍କ ସହିତ ଅଭିନେତାଙ୍କୁ ସ୍ୱାଗତ କରିଥିଲେ । ଅକ୍ଷୟ କୁମାର ଦର୍ଘା ରେ ପ୍ରାର୍ଥନା କରୁଥିବାର ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି।

କେବଳ ଏତିକି ନୁହେଁ, ଅକ୍ଷୟ ଦର୍ଘା କୁ ଯାଇ ଆଉ ଏକ ମହାନ୍ କାର୍ଯ୍ୟ କରିଛନ୍ତି, ଯାହା ବର୍ତ୍ତମାନ ସମୟରେ ସବୁଆଡେ ଆଲୋଚନା ର ବିଷୟ ପାଲଟିଛି । ଅଭିନେତା ଦର୍ଘା ର ଏକ ଅଂଶ ପୁନଃ ନିର୍ମାଣର ଦାୟିତ୍ଵ ଗ୍ରହଣ କରିଛନ୍ତି ଏବଂ ଏଥିପାଇଁ ଅଭିନେତା କୋଟିରୁ ଉର୍ଦ୍ଧ୍ବ ଟଙ୍କା ଦାନ କରିଛନ୍ତି । ହାଜି ଅଲୀ ଦର୍ଘା ଟ୍ରଷ୍ଟ ଅନୁଯାୟୀ ଅକ୍ଷୟ କୁମାର ହାଜି ଅଲୀ ଦର୍ଘା ପାଇଁ ପ୍ରାୟ ୧ କୋଟି ୨୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ବର୍ତ୍ତମାନ ଲୋକମାନେ ଅକ୍ଷୟଙ୍କ ଏହି ଉଦାରତାକୁ ବହୁତ ପ୍ରଶଂସା କରୁଛନ୍ତି ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, ଅକ୍ଷୟ ପୂର୍ବରୁ ମୁମ୍ବାଇରେ ତାଙ୍କ ଘରେ ଲଙ୍ଗର ଆୟୋଜନ କରିଥିଲେ । ଏହି ସମୟ ମଧ୍ୟରେ ଅଭିନେତାଙ୍କର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା ​। ​ଯେଉଁଥିରେ ଅକ୍ଷୟ କୁମାର ନିଜେ ଲଙ୍ଗରରେ ଖାଦ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା । ଯଦିଓ ଅକ୍ଷୟ ଏହି ସମୟରେ ମୁହଁ ଲୁଚାଇବାକୁ ଚେଷ୍ଟା କରିଥିଲେ । ସେ ଟୋପି ସହିତ ଏକ ମାସ୍କ ମଧ୍ୟ ପିନ୍ଧିଥିଲେ କିନ୍ତୁ ଏହା ପରେ ମଧ୍ୟ ପ୍ରଶଂସକମାନେ ତାଙ୍କୁ ଚିହ୍ନିଥିଲେ । ଅକ୍ଷୟଙ୍କ ଏହି ଭିଡିଓ ମଧ୍ୟ ଲୋକଙ୍କ ହୃଦୟ ଜିତିଛି ।

Comments are closed.