Latest Odisha News

BREAKING NEWS

ଯାଦୁଗର ଅକ୍ଷୟଙ୍କ ଅତରଂଗୀ ରେ ଫିଲ୍ମର ଶୁଟିଂ ସମ୍ପୂର୍ଣ୍ଣ

ମୁମ୍ବାଇ:ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ଅତରଂଗୀ ରେ ଶୁଟିଂ ସମ୍ପୂର୍ଣ୍ଣ ହୋଇଛି । ଇନଷ୍ଟାଗ୍ରାମରେ ସେ ଏ ନେଇ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ସେ ଏଥିନେଇ ଯେଉଁ ଫଟୋ ଶେୟାର କରିଛନ୍ତି ସେଥିରେ ସେ ଜଣେ ଯାଦୁଗରର ଭୂମିକା କରୁଥିବା ସ୍ପଷ୍ଟ ହୋଇଛି । ଆନନ୍ଦ ଏଲ ରାୟଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଏହି ଫିଲ୍ମରେ ଅକ୍ଷୟଙ୍କ ସହ ସାଉଥ ସୁପରଷ୍ଟାର ଧନୁଷ ଓ ସାରା ଅଲୀ ଖାଁ ମଧ୍ୟ ଅଭିନୟ କରିଛନ୍ତି ।

ହିଂମାଶୁ ଶର୍ମା ଏହାର କାହାଣୀ ଲେଖିଥିବା ବେଳେ ଇରଶାଦ କାମିଲ ଗୀତ ଲେଖିଛନ୍ତି । ଫିଲ୍ମ ଅଗଷ୍ଟ ୬ରେ ରିଲିଜ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

Comments are closed.