Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ଆଉ ୮୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ସଂକ୍ରମଣ ମଧ୍ୟରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୮୯ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

କଟକରୁ ସର୍ବାଧିକ ୨୫ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ୯ ଜଣ ଲେଖାଏଁ, ଯାଜପୁର, ଝାରସୁଗୁଡ଼ା ଓ ଖୋର୍ଦ୍ଧାରୁ ୫ ଜଣ ଲେଖାଏଁ, ଅନୁଗୁଳ ଓ ସମ୍ବଲପୁରରୁ ୪ ଜଣ ଲେଖାଏଁ, ଗଞ୍ଜାମ, କଳାହାଣ୍ଡି ଓ ପୁରୀରୁ ୩ ଜଣ ଲେଖାଏଁ, ଦେବଗଡ଼ରୁ ୨ ଜଣ, ବାଲେଶ୍ବର, ନୂଆପଡ଼ା ଓ ଷ୍ଟେଟ୍ ପୁଲରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୩୬ ହଜାର ୫୭୧ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.