Latest Odisha News

ଇସ୍ରାଏଲ ସେନା ଗୁଳି ମାଡରେ ମୃତ୍ୟୁବରଣ କଲେ ଅଲ ଜଜୀରା ସାମ୍ବାଦିକ

ନୂଆଦିଲ୍ଲୀ: ଜେନିନରେ ଇସ୍ରାଏଲ ସେନା ଗୁଳିମାଡରେ ଅଲ ଜଜୀରାର ସାମ୍ବାଦିକ ଶିରୀନ ଅବୁଙ୍କ ପରଲୋକ ହୋଇଛି । ଇସ୍ରାଏଲ ସେନା ଜାଣିଶୁଣି ତାଙ୍କୁ ମାରିଛି ବୋଲି ଅଲ ଜଜୀରା ଅଭିଯୋଗ ଆଣିଛି । ତେବେ ଏହାକୁ ଇସ୍ରାଏଲ ପକ୍ଷରୁ ଖଣ୍ଡନ କରାଯାଇଛି । ସେନା ଜେନିନରେ ଥିବା ଏକ ଶରଣାର୍ଥୀ କ୍ୟାମ୍ପରେ ରେଡ କରିଥିଲା । ଏହା ପରେ ସୁରକ୍ଷାକର୍ମୀ ଓ ସେଠାରେ ଲୁଚି ରହିଥିବା ଆତତାୟୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଦୁର୍ଘଟଣାବଶତଃ ୫୧ ବର୍ଷୀୟା ଶିରୀନ ଏଥିରେ ମୃତ୍ୟୁବରଣ କରିଥିଲେ । ତାଙ୍କ ସହଯୋଗୀ ଅଲୀ ଅଲ ସାମୁଦି ମଧ୍ୟ ଏହି ଘଟଣାରେ ଗୁରୁତର ହୋଇଛି ।

ସୂଚନାଯୋଗ୍ୟ, ଶିରୀନ ଜଣେ ପାଲେଷ୍ଟାଇନ ଖ୍ରୀଷ୍ଟିଆନ । ସେ ଆମେରିକାର ନାଗରିକତ୍ୱ ମଧ୍ୟ ଗ୍ରହଣ କରିଥିଲେ । ସେଥିପାଇଁ ତାଙ୍କୁ ଜାଣି ଶୁଣି ହତ୍ୟା କରାଯାଇଛି ବୋଲି ଅଲ ଜଜୀରା ପକ୍ଷରୁ କୁହାଯାଇଛି । ନିୟମ ମୁତାବକ ପ୍ରେସ ଲେଖାଥିବା ଜ୍ୟାକେଟ ପିନ୍ଧିଥିଲେ ମଧ୍ୟ ସେନା କିପରି ମନଇଚ୍ଛା ଗୁଳି ଚଳାଇଲା ସେ ନେଇ ପ୍ରଶ୍ନ ଉଠାଯାଇଛି । ସେ ମୃତ ଅବସ୍ଥାରେ ପଡିଥିବା ବେଳେ ଏଏଫପିର ଜଣେ ଫଟୋଗ୍ରାଫର ତାଙ୍କୁ ଚିହ୍ନିବା ପରେ ଡାକ୍ତରଖାନା ନିଆ ଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷିତ କରାଯାଇଥିଲା ।

Leave A Reply

Your email address will not be published.