Latest Odisha News

ବିଶ୍ରାମ ନେଉଥିଲା ଆତଙ୍କବାଦୀ ଅଲ୍ ଜଓ୍ୱାହିରି, ଡ୍ରୋନ ଷ୍ଟ୍ରାଇକ୍ କରି ଆମେରିକା କଲା ନିପାତ

ଓ୍ୱାଶିଂଟନ:  କୁଖ୍ୟାତ ଆତଙ୍କବାଦୀ ଅୟମାନ ଅଲ୍ ଜଓ୍ୱାହିରି (Ayman al-Zawahiri) ନିହତ । ଆଫଗାନିସ୍ତାନ କାବୁଲରେ ନିଜ ଘର ଅଗଣାରେ ବିଶ୍ରାମ ନେଉଥିବା ବେଳେ ଡ୍ରୋନ ଜରିଆରେ ଏୟାର ଷ୍ଟ୍ରାଇକ୍ କରି ଆମେରିକା ଏହି କୁଖ୍ୟାତ ଆତଙ୍କବାଦୀକୁ ନିପାତ କରିଛି । ଆତଙ୍କବାଦୀ ସଂଗଠନ ଅଲ୍ କାଏଦାର ମୃତ୍ୟୁ ବାବଦରେ ସ୍ପଷ୍ଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

ବାଇଡେନ କହିଛନ୍ତି ତାଙ୍କ ନିର୍ଦ୍ଦେଶରେ ଆଫଗାନିସ୍ତାନର କାବୁଲରେ ଏହି ଡ୍ରୋନ୍ ଷ୍ଟ୍ରାଇକ୍ କରାଯାଇଛି। ଅଲ ଜାୱାହିରି ଉପରେ ୨୫ ମିଲିୟନ୍ ଡଲାରର ଅନୁଦାନ ଘୋଷଣା କରାଯାଇଥିଲା। ଆମେରିକା ଏହି ନର ରୂପି ରାକ୍ଷସକୁ ଦୀର୍ଘ ସମୟ ଧରି ଖୋଜୁଥିଲା। କାରଣ ଜୱାହିରି ଆମେରିକାରେ ଅନେକ ଆତଙ୍କବାଦୀ ଘଟଣାର ଷଡଯନ୍ତ୍ର କରିଥିଲା। ସେ ଆମେରିକାରେ ୯/୧୧ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ଥିଲା। କେବଳ ଏତିକି ନୁହେଁ, ୨୦୦୦ ୟୁଏସଏସ କୋଇଲା ଆକ୍ରମଣ ଏବଂ ୧୯୯୮ରେ କେନିଆ ଏବଂ ତାଞ୍ଜାନିଆରେ ଥିବା ଆମେରିକୀୟ ଦୂତାବାସ ଉପରେ ହୋଇଥିବା ବିସ୍ଫୋରଣରେ ମଧ୍ୟ ଏହି କୁଖ୍ୟାତ ଆତଙ୍କବାଦୀର ବଡ଼ ଷଡଯନ୍ତ୍ର ଥିଲା।

ଜଓ୍ୱାହାରି ଦୀର୍ଘ ବର୍ଷ ହେବ ଲୁଚି ରହିଥିଲା। ତାକୁ ଖୋଜି ହତ୍ୟା କରିବା ପାଇଁ ଅନେକ ଗୁଇନ୍ଦା ସୂଚନା ଉପରେ ଆମେରିକା ନିର୍ଭର କରୁଥିଲା। ଆମେରିକା ଜଓ୍ୱାହାରିକୁ ମାରିବା ପୂର୍ବରୁ ପାକିସ୍ତାନର ଆଦିବାସୀ ଅଞ୍ଚଳରେ କିମ୍ବା ଆଫଗାନିସ୍ତାନରେ ଲୁଚି ରହିଥିବାର ଏକ ଗୁଜବ ହେଉଥିଲା।

ସୂଚନାନୁସାରେ ଯେଉଁ ଘରେ ଭୟଭୀତ ଅଲ କାଏଦା ଆତଙ୍କବାଦୀ ଅଲ ଜୱାହିରିକୁ ହତ୍ୟା କରାଯାଇଛି ଏହି ଘରର ମାଲିକ ସିରାଜୁଦ୍ଦିନ ହକ୍କାନୀ କାର୍ଯ୍ୟାଳୟର ନିର୍ଦ୍ଦେଶକ ମୌଲି ହାମଜା। ହାମଜା ସିରାଜୁଦ୍ଦିନ ଡାହାଣ ହାତ ବୋଲି ବିଶ୍ୱାସ କରାଯାଏ। କୁହାଯାଉଛି ଯେ ଆମେରିକାର ଡ୍ରୋନ୍ ଆକ୍ରମଣରେ ଅଲ କାଏଦାର ଅନେକ ସଦସ୍ୟ ସହିତ ତାଲିବାନର ବହୁ ବରିଷ୍ଠ ଅଧିକାରୀ ମଧ୍ୟ ନିହତ ହୋଇଛନ୍ତି।

Leave A Reply

Your email address will not be published.