Latest Odisha News

BREAKING NEWS

ଆତଙ୍କବାଦୀ ଜଓ୍ୱାହିରିକୁ ହତ୍ୟା କରିବାକୁ କେବେଠୁ ହୋଇଥିଲା ରଣନୀତି ?

ଓ୍ୱାଶିଂଟନ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆମେରିକାର ଡ୍ରୋନ ଷ୍ଟ୍ରାଇକରେ ଅଲ-କାଏଦା ମୁଖ୍ୟ ଆୟମାନ ଅଲ-ଜଓ୍ୱାହିରୀକୁ ହତ୍ୟା କରାଯାଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହି ଅପରେସନକୁ ‘ନ୍ୟାୟ’ ବୋଲି କହିଛନ୍ତି । ୧୧ ସେପ୍ଟେମ୍ବର ୨୦୦୧ରେ ଆମେରିକା ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପଛରେ କୁଖ୍ୟାତ ଆତଙ୍କବାଦୀ ଅଲ ଜଓ୍ୱାହିରି ଥିଲା। ଏବେ ଜଓ୍ୱାହିରିର ମୃତ୍ୟୁ ପରେ ପୀଡିତଙ୍କ ପରିବାରକୁ ନ୍ୟାୟ ମିଳିଛି ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍ ଆଶା ପ୍ରକଟ କରିଛନ୍ତି।

ରାଷ୍ଟ୍ରପତି ବାଇଡେନ ସୋମବାର ସନ୍ଧ୍ୟାରେ ହ୍ୱାଇଟ୍ ହାଉସରେ ଉଦବୋଧନ ଦେଇ କହିଛନ୍ତି ଯେ ଆମେରିକା ଗୁଇନ୍ଦା ସୂଚନା ଆଧାରରେ ଆତଙ୍କବାଦୀ ଅଲ ଜୱାହିରି କାବୁଲ ସହରର ଏକ ଘରେ ରହୁଥିବା ନେଇ ଯାଞ୍ଚ କରିଥିଲା । ଯେଉଁଠାରେ ଏହି କୁଖ୍ୟାତ ଆତଙ୍କବାଦୀ ଲୁଚି ରହିଥିଲା ବୋଲି ଜଣାପଡିଥିଲା। ପରେ ଗତ ସପ୍ତାହରେ ସେ ଏହି ଅପରେସନକୁ ଅନୁମତି ଦେଇଥିଲେ।

ଅପରେସନ ସଫଳ ହେବା ପରେ ବାଇଡେନ କହିଛନ୍ତି ଯେ ସେ ଆଫଗାନିସ୍ତାନକୁ ଆତଙ୍କବାଦୀଙ୍କ ସୁରକ୍ଷିତ ସ୍ଥାନ ହେବାକୁ ଦେବେ ନାହିଁ। ସେ କହିଛନ୍ତି ଯେ ଏହି ଆତଙ୍କବାଦୀ ଏବେ ତାର କର୍ମର ଫଳ ଭୋଗିଛି।

ଅଲ ଜାୱାହିରି ବିରୋଧରେ ଅପରେସନ ୬ମାସ ପୂର୍ବରୁ ଆରମ୍ଭ ହୋଇଥିଲା। ଏହାପରେ ଦୁଇ ମାସ ପୂର୍ବେ ଅଲ ଜୱାହିରିକୁ ଖୋଜିବା ପ୍ରକ୍ରିୟା  ଜୋରଦାର ହୋଇଥିଲା। ଜୁଲାଇ ୩୦ ଶନିବାର ବାଇଡେନ ଏହି ଆତଙ୍କବାଦୀକୁ ମାରିବାକୁ ନିର୍ଦ୍ଦେଶ ଦେଇଥିଲେ। ବାଇଡେନଙ୍କ ନିର୍ଦ୍ଦେଶ ପରେ ହିଁ ଅଲ ଜୱାହିରିଙ୍କୁ ଏୟାର ଷ୍ଟ୍ରାଇକ୍ ଜରିଆରେ ହତ୍ୟା କରାଯାଇଥିଲା।

କୁହାଯାଉଛି ଯେଉଁଠାରେ ଅଲଜାୱାହିରି ରହୁଥିଲା ସେଠାରେ ଆଫଗାନିସ୍ତାନର ରାଷ୍ଟ୍ରପତି ଭବନ ରହିଛି । ସେଠାରେ ତାଲିବାନ ଯୁଦ୍ଧାଶସ୍ତ୍ର ଠୁଳ ହୋଇ ରହିଥିଲା। ଶତାଧିକ ସଶସ୍ତ୍ର ତାଲିବାନ ସଦସ୍ୟ ଛାତ ଉପରେ ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଅଲ ଜାୱାହିରି ତାଲିବାନ ନେତାଙ୍କ ଘରେ ଲୁଚି ରହିଥିଲା। ସେ ସିରାଜୁଦ୍ଦିନ ହକାନୀ ଘରେ ରହୁଥିଲା। ଆମେରିକାର ଅପରେସନ ସମୟରେ ଅଲ ଜୱାହିରି ଘର ବାଲକୋନୀରେ ଛିଡା ହୋଇଥିଲା। ଆମେରିକା ହେଲଫାୟାର କ୍ଷେପଣାସ୍ତ୍ର ଜଓ୍ୱାହିରିକୁ ଦେଖିବା ପରେ ଟାର୍ଗେଟ କରିଥିଲା। ଏହାପରେ ଆକ୍ରମଣ କରି ଆତଙ୍କବାଦୀକୁ ନିପାତ କରିଛି।

Leave A Reply

Your email address will not be published.