Latest Odisha News

BREAKING NEWS

ଅତିକ ଭାଇଙ୍କ ପ୍ରତିଶୋଧ ନେବ ବୋଲି ଧମକ ଦେଲା ଅଲକାଏଦା

ନୂଆଦିଲ୍ଲୀ: ମାଫିଆରୁ ରାଜନେତା ସାଜିଥିବା ଅତିକ ଅହମ୍ମଦ ଓ ତାଙ୍କ ଭାଇ ଅସରଫଙ୍କ ଚାଂଚଲ୍ୟକର ହତ୍ୟାର ୬ଦିନ ବିତିଯାଇଛି । ଶୁକ୍ରବାର ଭାରତରେ ପରିଚାଳିତ ହେଉଥିବା ଅଲକାଏଦାର ସଂଗଠନ ଏକ୍ୟୁଆଇଏସ ଧମକ ଦେଇଛି । ଅତିକ ବ୍ରଦର୍ସଙ୍କ ହତ୍ୟାର ପ୍ରତିଶୋଧ ରୂପେ ଆକ୍ରମଣ କରାଯିବ ବୋଲି କହିଛନ୍ତି । ଏହି ଦୁଇ ଗ୍ୟାଙ୍ଗଷ୍ଟର ଆତଙ୍କବାଦୀ ସଂଗଠନ ଶହୀଦ ଭାବେ ବିବେଚନା କରିଛି । ସେମାନଙ୍କ ମୃତ୍ୟୁ ବ୍ୟର୍ଥ ହେବନି ବୋଲି ସେମାନେ କହିଛନ୍ତି । ଅଲ କାଏଦାର ମୁଖପାତ୍ର ଭାବେ ବିବେଚିତ ଅସ ସାହବରେ ଏ ନେଇ ଏକ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ପୋଲିସଙ୍କ ସଙ୍ଗରେ ଆସୁଥିବା ବେଳେ ଅତିକ ଓ ଅସରଫଙ୍କୁ ପଂଏଟ ବ୍ଲାକ ରେଂଜରୁ ଗୁଳି କରି ହତ୍ୟା କରାଯାଇଥିଲା । ୩ଜଣ ବ୍ୟକ୍ତି ସାମ୍ବିଦିକ ଭାବେ ଆସି ଏହି କାଣ୍ଡ ରଚିଥିଲେ । ପୋଲିସ ଗୁଳି କାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ ତଦନ୍ତରେ ଏହି ଦୁଇ ଗ୍ୟାଙ୍ଗଷ୍ଟରଙ୍କ କଳା କାରନାମାର ଚେର ପାକିସ୍ତାନ ପର୍ଯ୍ୟନ୍ତ ଲମ୍ବିଥିଲା ।

Comments are closed.