Latest Odisha News

BREAKING NEWS

ଇଦ୍‌ରେ ରିଲିଜ୍ ହେଲା ‘କିସି କା ଭାଇ କିସି କି ଜାନ’ : ଟକ୍କର ଦେବ ପୁନର୍ବାର ରିଲିଜ୍ ହୋଇଥିବା ‘ପଠାନ୍‌’

ମୁମ୍ବାଇ: ବଲିଉଡ଼ର ଭାଇଜାନ ସଲମାନ ଖାନ୍ ପ୍ରତିବର୍ଷ ଇଦ୍ ଅବସରରେ ତାଙ୍କ ପ୍ରଶଂସକମାନଙ୍କୁ ନୂଆ ଫିଲ୍ମ ଉପହାର ଦେଇଥାନ୍ତି । ଏଥର ମଧ୍ୟ ସଲମାନ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି । ଦୀର୍ଘଦିନ ଧରି ପ୍ରଶଂସକମାନେ ଅପେକ୍ଷା କରିଥିବା ଫିଲ୍ମ ‘କିସି କା ଭାଇ କିସି କି ଜାନ’ ଶୁକ୍ରବାର ରିଲିଜ୍ ହୋଇଛି ।

BjdElectrycity

ସେହିପରି ଶୁକ୍ରବାର ଦିଲ୍ଲୀ ସିନେମା ହଲରେ ଶାହରୁଖଙ୍କ ବ୍ଲକବଷ୍ଟର ଫିଲ୍ମ ‘ପଠାନ’କୁ ପୁନର୍ବାର ରିଲିଜ କରାଯାଇଛି । ଗୋଟିଏ ଦିନରେ ସଲମାନ ଓ ଶାହରୁଖଙ୍କ ଦୁଇଟି ଫିଲ୍ମ ରିଲିଜ୍ ହେବାକୁ ନେଇ ପ୍ରଶଂକମାନେ ନାପସନ୍ଦ କରିଛନ୍ତି । ଫିଲ୍ମ ‘ପଠାନ’ ଦିଲ୍ଲୀର କେବଳ ଦୁଇଟି ସିଙ୍ଗଲ୍ ସ୍କ୍ରିନରେ ରିଲିଜ୍ ହୋଇଥିଲେ ମଧ୍ୟ ସଲମାନଙ୍କ ଫିଲ୍ମକୁ ଟକ୍କର ଦେବ ବୋଲି ସିନେପ୍ରେମୀ ମତ ଦେଇଛନ୍ତି, ଯାହାକୁ ସଲମାନ ନିଜେ ନାପସନ୍ଦ କରିଛନ୍ତି । ଅନ୍ୟପକ୍ଷରେ ସଲମାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନ ଭାରତରେ ଭଲ ସ୍କ୍ରିନିଂ ପାଇଛିି । ଏହି ଫିଲ୍ମ ୪୫୦୦ ସ୍କ୍ରିନରେ ୧୬୦୦୦ ଶୋ ସହିତ ଭାରତରେ ମୁକ୍ତିଲାଭ କରିଛି, ଯାହା ସଲମାନଙ୍କ ଫିଲ୍ମ ପାଇଁ ବହୁତ ବଡ଼ କଥା ।
ଦିଲ୍ଲୀର ଦୁଇଟି ପ୍ରେକ୍ଷାଳୟରେ ରିଲିଜ୍ ହୋଇଛି ଫିଲ୍ମ ପଠାନ । କିନ୍ତୁ ଏହି ହଲ ନୂଆ ଫିଲ୍ମ ନ ଦେଖାଇ ପଠାନକୁ ପୁନର୍ବାର ଦେଖାଉଛି । ଏହାକୁ ଦେଖିଲେ ଅନୁମାନ କରାଯାଉଛି ଯେ, ଶାହାରୁଖଙ୍କ ପୁଣି ଥରେ ଚାହିଦା ରହିବ । ଏଭଳି ପରିସ୍ଥିତିରେ ପଠାନ ସଲମାନଙ୍କ ଫିଲ୍ମକୁ ଟକ୍କର ଦେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.