Latest Odisha News

BREAKING NEWS

ଆତ୍ମଘାତୀ ବିସ୍ଫୋରଣର ଧମକ ଦେଲା ଅଲ କାଏଦା

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀ ସମେତ ୪ଟି ରାଜ୍ୟରେ ଆତ୍ମଘାତୀ ବିସ୍ଫୋରଣ କରିବା ନେଇ ଆତଙ୍କବାଦୀ ସଂଗଠନ ଅଲକାଏଦା ଧମକ ଦେଇଛି । ଦିଲ୍ଲୀ, ମୁମ୍ବାଇ, ୟୁପି ଓ ଗୁଜରାଟରେ ବଡ ଧରଣର ବିସ୍ଫୋରଣ କରାଯିବ ବୋଲି ସେମାନେ କହିଛନ୍ତି । ଟିଭି ଡିବେଟ ଶୋରେ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ପ୍ୟାଗମ୍ବର ମହମ୍ମଦଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପରେ ସେମାନେ ଏହି ଧମକ ଦେଇଛନ୍ତି । ଅବଶ୍ୟ ବିଜେପି ନୁପୂରଙ୍କୁ ଏଥିନେଇ ଦଳରୁ ସସପେଣ୍ଡ କରିଛି ।

ବିଜ୍ଞପ୍ତିରେ ଆତଙ୍କବାଦୀମାନେ ଉଲ୍ଲେଖ କରିଛନ୍ତି ଯେ, ଆମେ ଆମ ଶରୀର ଓ ପିଲାମାନଙ୍କ ଦେହରେ ବିସ୍ଫୋଟକ ଲଗାଇ ଉଡିଯିବୁ । ସବୁ କିଛି ସହିପାରିବୁ କିନ୍ତୁ ପ୍ୟାଗମ୍ବରଙ୍କ ଅପମାନକୁ ବରଦାସ୍ତ କରିବୁନି । ଯେଉଁମାନେ ଏହି ସାହସ କରିଛନ୍ତି ସେମାନଙ୍କୁ ଆମେ କ୍ଷମା କରିପାରିବୁନି ଆତଙ୍କବାଦୀ ସଂଗଠନ ପକ୍ଷରୁ କୁହାଯାଇଛି । ପୂର୍ବରୁ ଅଧିକାଂଶ ମୁସଲମାନ ଦେଶ ଭାରତ ସହ କରୋବାର କରିବେ ନାହିଁ ବୋଲି ଧମକ ଦେଇଥିଲେ । ତେବେ କେନ୍ଦ୍ର ସରକାର ବୟାନ ପରେ ସ୍ଥିତି ଏବେ ନିୟନ୍ତ୍ରଣକୁ ଆସିବାରେ ଲାଗିଛି ।

Leave A Reply

Your email address will not be published.