Latest Odisha News

BREAKING NEWS

ସୁରକ୍ଷିତ ଭ୍ରୁଣକୁ ପିଲା ବୋଲି ଭାବ: ଆଲବାମା ସୁପ୍ରିମକୋର୍ଟ

ନ୍ୟୁୟର୍କ: ଆଲବାମା ରାଜ୍ୟର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିର ଶୁଣାଣୀ କରିଛନ୍ତି । ଏଥିରେ କୁହାଯାଇଛି ଫ୍ରୋଜନ ଏମ୍ବ୍ରୋୟ (ସୁରକ୍ଷିତ ଭ୍ରୁଣ) ପିଲା ବୋଲି ଭାବ, ଏହାକୁ ମନଇଚ୍ଛା ନଷ୍ଟ କରିପାରିବ ନାହିଁ । ଯିଏ ବି କେହି ଏହାକୁ ନଷ୍ଟ କରିବାରେ ଦୋଷୀ ସାବ୍ୟସ୍ତ ହେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୁପ୍ରିମକୋର୍ଟଙ୍କ ଏହି ଶୁଣାଣୀ ପରେ କେତେକ ଆଇଭିଏଫ ସେଂଟର ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି । ଦୀର୍ଘ ଦିନ ଧରି ଆମେରିକାରେ ଗର୍ଭପାତ, ଫ୍ରୋଜନ ଏମ୍ବ୍ରୋୟ ଓ ପ୍ରେଗେନ୍ସିକୁ ନେଇ ଆଲୋଚନା ଜାରୀ ରହିଥିଲା । ଏବେ ଏହି ଶୁଣାଣୀ ପରେ ଏହାକୁ ସ୍ୱାଗତ କରାଯାଇଛି ।

ଯେଉଁମାନେ କୌଣସି ସ୍ଥାନରେ ନିଜ ଏମ୍ବ୍ରୋୟକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ଉକ୍ତ ସଂସ୍ଥା ନେବାକୁ ବାଧ୍ୟ । ସୂଚନାଯୋଗ୍ୟ, ଆମେରିକାରେ ଗୋଟିଏ ବର୍ଷ ୨ ପ୍ରତିଶତରୁ ଅଧିକ ସନ୍ତାନ ଆଇଭିଏଫ ଓ ଅନ୍ୟ କୃତ୍ରିମ ପଦ୍ଧତି ମାଧ୍ୟମରେ ଜନ୍ମ ହେଉଛନ୍ତି । ୨୦୨୦ରେ ପ୍ରକାଶିତ ଏକ ରିପୋର୍ଟରେ ସେ ସମୟରେ ଦେଶରେ ୬ ଲକ୍ଷ ଫ୍ରୋଜନ ଏମ୍ବ୍ରୋୟ ରହିଥିଲା । ଭାରତରେ ୩.୫ କୋଟି ଇନଫର୍ଟିଲିଟି ଲୋକ ଥିବା ବେଳେ ମାତ୍ର ୨ ପ୍ରତିଶତ ଏହାର ଚିକିତ୍ସା ଅତ୍ୟାଧୂନିକ ଢ଼ଙ୍ଗରେ କରାଉଛନ୍ତି । ଅନ୍ୟମାନେ ଚୁପଚାପ ରହି ଯାଉଛନ୍ତି ।

Leave A Reply

Your email address will not be published.