Latest Odisha News

BREAKING NEWS

ବିଷ୍ଣୁ ମନ୍ଦିରରେ ଦୋଷା ଭୋଗ !

ମଦୁରାଇ: ଭାରତ ଏକ ଧର୍ମପ୍ରଧାନ ଦେଶ ଏଠାରେ ଭଗବାନଙ୍କ ପ୍ରତି ଭକ୍ତଙ୍କ ଅହେତୁକ ଭକ୍ତି ରହିଛି । ସରଳ ମନ ଓ ବିଶ୍ୱାସରେ ବିଭିନ୍ନ ସ୍ଥାନରେ ଭିନ୍ନ ଭୋଗ ଅର୍ପଣ କରାଯାଇଥାଏ । ମଦୁରାଇର କାଲାଝାଗର ମନ୍ଦିରର ଭଗବାନ ବିଷ୍ଣୁ ପୂଜା ପାଉଛନ୍ତି । ଏଠାକାର ଭୋଗ ଓ ପୂଜା ବିଧି ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିପାରେ ।

ଭକ୍ତମାନେ ଭଗବାନଙ୍କୁ ଦୋଷାଇ (ଏକ ପ୍ରକାର ଦୋଷା)ଭୋଗ ଅର୍ପଣ କରିଥାନ୍ତି । ପରେ ଏହି ଭୋଗକୁ ଭକ୍ତମାନଙ୍କ ମଧ୍ୟରେ ପ୍ରସାଦ ଭାବେ ବଂଟା ଯାଇଥାଏ । ଏହା ଦ୍ୱାରା ମନୋସ୍କାମନା ମଧ୍ୟ ପୂରଣ ହୋଇଥାଏ । ଯେଉଁମାନେ ଦୋଷା ଆଣି ନ ପାରନ୍ତି ସେମାନେ ଏଥିପାଇଁ ବ୍ୟବହୃତ ସାମଗ୍ରୀ ଦେଇଥାନ୍ତି । ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଏଠାକୁ ଏଥିପାଇଁ ଆସିଥାନ୍ତି ।

Leave A Reply

Your email address will not be published.