Latest Odisha News

BREAKING NEWS

ଛତିଶଗଡର ଏହି ମନ୍ଦିରରେ ଶିବ ଲିଙ୍ଗର ଆକାର ପ୍ରତ୍ୟେକ ବର୍ଷ ବଢ଼ିଥାଏ

ରାୟପୁର: ଛତିଶଗଡର ମରୋଦା ଗ୍ରାମରେ ରହିଛି ମହାପ୍ରଭୂ ଶିବଙ୍କ ଏକ ଅଦ୍ଭୁତ ମନ୍ଦିର । ଭୂତେଶ୍ୱର ଭକୁରା ମହାଦେଶ ମନ୍ଦିର ଭାବେ ଏହା ଭକ୍ତଙ୍କ ନିକଟରେ ବେଶ୍ ପରିଚିତ । ଏଠାକୁ ଆସିଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଲା ଏଠାରେ ଥିବା ଶିବଲିଙ୍ଗ ପ୍ରତ୍ୟେକ ବର୍ଷ ୬ରୁ ୮ ଇଂଚ ବଢ଼ିଥାଏ । ଏହାର କାରଣ ନେଇ ଗବେଷଣା କରାଯାଇଥିଲେ ମଧ୍ୟ କିଛି ତଥ୍ୟ ହସ୍ତଗତ ହୋଇପାରି ନାହିଁ ।

କିମ୍ବଦନ୍ତୀ ଅନୁସାରେ ଥରେ ଭଗବାନ ଶିବ ଏବଂ ମାଆ ପାର୍ବତୀ ମୁନି ଋଷିମାନଙ୍କୁ ଭେଟିବାକୁ ଆସିଥିଲେ । ସେମାନଙ୍କ ଭକ୍ତି ଭାବ ଦେଖି ମହାଦେବ ସେଠାରେ ଶିବଲିଙ୍ଗ ଭାବେ ସ୍ଥାପିତ ହୋଇ ଯାଇଥିଲେ । ସେବେଠାରୁ ଏଠାକୁ ଭକ୍ତଙ୍କ ଭୀଡ ଲାଗି ରହିଛି । ଶ୍ରାବଣ ମାସରେ ଏଠାକାର ଭକ୍ତିମୟ ପରିବେଶ ଅବର୍ଣ୍ଣନୀୟ ।

Leave A Reply

Your email address will not be published.