Latest Odisha News

BREAKING NEWS

ଅଣବସର ଘରେ ଶ୍ରୀଜୀଉ, ଆରମ୍ଭ ହେଲା ଅଲାରନାଥ ଦର୍ଶନ

ପୁରୀ: ସ୍ନାନ ପୂର୍ଣ୍ଣିମାରେ ୧୦୮ ସୁବାସିତ ଗରା ଜଳରେ ସ୍ନାନ ପରେ ଜରରେ ପଡ଼ିଛନ୍ତି ଠାକୁର । ଅଣବସର ଘରେ ଠାକରୁ ଥିବାବେଳେ ଅଲାରନାଥ ପୀଠରେ ଆରମ୍ଭ ହୋଇଛି ଦର୍ଶନ । ଆଜି ଭୋରରୁ ଅଲାରନାଥ ପୀଠରେ ଦ୍ଵାର ଫିଟା, ମଙ୍ଗଳ ଆଳତି, ତଡ଼ପଲାଗି ନୀତି ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଭୋର ୪ଟାରୁ ଦ୍ୱାର ଫିଟାଯିବା ପରେ ମନ୍ଦିରର ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଥିଲା ।

ଅଲାରନାଥ ପୀଠରେ ଦର୍ଶନ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବ ଯୌବନ ଦର୍ଶନ ପର୍ଯ୍ୟନ୍ତ ଚାଲିବ । ବିଶ୍ୱାସ ରହିଛି ଅଣବସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ । ସ୍ନାନ ଯାତ୍ରାରେ ଅତ୍ୟଧିକ ସ୍ନାନ କରି ପ୍ରଭୁ ଜରରେ ପଡ଼ି ଅଣବସରରେ ୧୫ ଦିନ ଧରି ରହିଥାନ୍ତି । ଏହି ଶ୍ରୀମନ୍ଦିର ରତ୍ନ ସିଂହାସନରେ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦିଅନ୍ତି ନାହିଁ । ତେଣୁ ଏହି ସମୟକେ ଭକ୍ତ ବ୍ରହ୍ମଗିରିର ଅଲାରନାଥଙ୍କୁ ଦର୍ଶନ କରନ୍ତି । ଶ୍ରୀମନ୍ଦିର ଭୋଗନୀତି ପରି ଅଲାରନାଥରେ ମଧ୍ୟ ଭୋଗ ହୁଏ ।

Leave A Reply

Your email address will not be published.