Latest Odisha News

BREAKING NEWS

ଟାର୍ଗେଟ କିଲିଂରେ ପ୍ରତିଶୋଧ ନେଉଛି ସେନା:  ୨ ଆତଙ୍କବାଦୀଙ୍କୁ ସଫା

ଶ୍ରୀନଗର : ପୁଣି ଦୁଇ ଆତଙ୍କବାଦୀଙ୍କୁ ସଫା କରିଛନ୍ତି ସୁରକ୍ଷାକର୍ମୀ । ସବୁଠୁ ବଡ଼ କଥା ହେଲା ଏହି ଦୁଇ ଆତଙ୍କବାଦୀ ଟାର୍ଗେଟ କିଲିଂ ରେ ଜଡିତ ଥିଲେ । ଗୁଇନ୍ଦା ସୂଚନା ଆଧାରରେ ଏମାନଙ୍କୁ ସୁରକ୍ଷାକର୍ମୀ ଠାବ କରିବା ପରେ ଗୁଳି ବିନିମୟ ହୋଇଥିଲା  । ଏଥିରେ ଜମ୍ମୁ କଶ୍ମୀରର ଶୋପିଆ ଜିଲ୍ଲା  ଅଞ୍ଚଳରେ ଆତଙ୍କବାଦୀ ସଂଗଠନ ‘ଲଶ୍କର-ଏ-ତଇବା’ର ୨ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି ।

 ସୁରକ୍ଷାବାହିନୀ ପକ୍ଷରୁ କୁହାଯାଇଛି ନିହତ ହୋଇଥିବା ଆତଙ୍କବାଦୀଙ୍କ କାଶ୍ମୀରରେ ହୋଇଥିବା ଟାର୍ଗେଟ କିଲିଂ ରେ ହାତ ଥିଲା ।  ଆତଙ୍କବାଦୀ ଜନ ମହମ୍ମଦ ଲୋନ କୁଲଗାମରେ ଗତ ୨ ତାରିଖ ଦିନ ବ୍ୟାଙ୍କ ମ୍ୟାନେଜର ବିଜୟ କୁମାରଙ୍କୁ ହତ୍ୟା ଘଟଣାରେ ସଂପୃକ୍ତ ଥିବା ଜଣାପଡିଛି ।  ଗତକାଲି ମଧ୍ୟ ଅମରନାଥ ଯାତ୍ରାରେ ବ୍ୟାଘାତ ସୃଷ୍ଟି କରିବା ପାଇଁ ଯୋଜନା କରୁଥିବା ୩ ଜଣ ଆତଙ୍କବାଦୀ ସୁରକ୍ଷାବାହିନୀ ଯବାନଙ୍କ ଏନକାଉଁଟରରେ  ନିହତ ହୋଇଥିଲେ। ଏଠାରେ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ଟାର୍ଗେଟ କିଲିଂ ପରେ ସେନା ପକ୍ଷରୁ ଜୋରଦାର ସର୍ଚ ଅପରେସନ ଚାଲିଛି । ଏଠାରେ ସୂଚନାଯୋଗ୍ୟ ଜମ୍ମୁକାଶ୍ମୀରରେ ଗତ 6 ମାସ ମଧ୍ୟରେ 110 ଆତଙ୍କବାଦୀଙ୍କୁ ସଫା କରିସାରିଲେଣି ସୁରକ୍ଷାକର୍ମୀ ।

Leave A Reply

Your email address will not be published.