Latest Odisha News

BREAKING NEWS

କ୍ଷମାମାଗିଥିବା ମହିଳାଙ୍କୁ ଧମକ ଦେବା ଉଚିତ୍ ନୁହେଁ : ଗମ୍ଭୀର

ନୂପୁର ଶର୍ମାଙ୍କ ସମର୍ଥନରେ ଟୁଇଟ୍ କଲେ ଗମ୍ଭୀର

ନୂଆଦିଲ୍ଲୀ: ନୁପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ପ୍ରତିଦିନ କିଛି ନା କିଛି ଖବର ପ୍ରଚାର ପ୍ରସାର ହେଉଛି । ଏହି ପ୍ରସଙ୍ଗରେ ପୁଣି ସାମିଲ ହୋଇଛନ୍ତି ଗମ୍ଭୀର । ନୂପୁରଙ୍କୁ ସମର୍ଥନ କରି ଭାରତୀୟ ଜନତା ପାର୍ଟି  ସାଂସଦ ତଥା ପୂର୍ବତନ କ୍ରିକେଟ୍ ଖେଳାଳି ଗୈାତମ ଗମ୍ଭୀର  ଟୁଇଟ୍  କରିଛନ୍ତି ।

ଗମ୍ଭୀର କହିଛନ୍ତି କ୍ଷମା ମାଗିଥିବା ମହିଳାଙ୍କ ପ୍ରତି ଦେଶରେ ଘୃଣା ଭାବନା ସୃଷ୍ଟି କରିବା  ଘୃଣ୍ୟ ପ୍ରଦର୍ଶନ କରିବା ଉଚିତ ନୁହେଁ ।  ତଥାକଥିତ ‘ଧର୍ମନିରପେକ୍ଷ ଉଦାରବାଦୀଙ୍କ’ ନୀରବତା ତାଙ୍କୁ ଚକିତ କରିଥିବା କହିଛନ୍ତି ଗମ୍ଭୀର ଟୁଇଟ୍ କରି ମନ୍ତବ୍ୟ ଦେଇଛନ୍ତି। ଏହି ଟୁଇଟ ପରେ ମଧ୍ୟ ତାଙ୍କୁ ଅନେକ ଲୋକ ସମର୍ଥନ କରିଥିବା ବେଳେ ଅନେକ ଲୋକ ବିରୋଧ କରିବା ଆରମ୍ଭ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପରେ ଦଳରୁ ନିଲମ୍ବିତ ହୋଇଛନ୍ତି  ମୁଖପାତ୍ର ନୁପୁର ଶର୍ମା । ତେବେ ବିବାଦୀୟ ବକ୍ତବ୍ୟ ପାଇଁ ଏବେ ସୋସିଆଲ ମିଡିଆ ମଧ୍ୟ ଦୁଇଭାଗ ହୋଇଥିବା ଦେଖିବାକୁ ମିଳୁଛି । ଅନେକ ନୂପୁରଙ୍କ ସମର୍ଥନରେ ବାହାରୁଥିବା ବେଳେ କିଛି ସଂଗଠନ ତାଙ୍କୁ ବିରୋଧ କରୁଛନ୍ତି ।

ଟେଲିଭିଜନ ବିତର୍କରେ ଶର୍ମାଙ୍କ ଦ୍ୱାରା କରାଯାଇଥିବା ଆପତ୍ତିଜନକ ବିବୃତ୍ତିକୁ ଅନେକ ମୁସଲମାନ ସଂଗଠନ ବିରୋଧ କରିଥିଲେ। ବିବାଦର ଚର୍ଚାକୁ ବନ୍ଦ କରିବା ପାଇଁ ବିଜେପି  ଶର୍ମାଙ୍କୁ ଦଳରୁ ନିଲମ୍ବନ କରିଛି। ଏହା ପରେ ବି ଦେଶର ଅନେକ ସହରରେ ନୁପୁର ଶର୍ମାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। କେତେକ ଉଗ୍ରବାଦୀମାନେ ତାଙ୍କୁ ହତ୍ୟା କରିବାକୁ ଧମକ ମଧ୍ୟ ଦେଇଛନ୍ତି। ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ (ଏଆଇଏମଆଇଏମ) ସାଂସଦ ଇମତିଆଜ ଜଲିଲ ଶର୍ମାଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି । ଏପରିକି  ବିବୃତ୍ତିକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ହିଂସା ସୃଷ୍ଟି ହୋଇଥିଲା। ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା  । ଏସବୁ ପରେ ଗମ୍ଭୀର କହିଛନ୍ତି ଯେ କ୍ଷମା ମାଗିଥିବା ମହିଳାଙ୍କ ପ୍ରତି ଏପରି ବ୍ୟବହାର ଠିକ୍ ନୁହେଁ ।

Leave A Reply

Your email address will not be published.