Latest Odisha News

ମଝି ଆକାଶରେ ଉଡିଗଲା ବିମାନ କବାଟ, ଜରୁରୀ ଅବତରଣ କଲା ଅଲାସ୍କା ଏୟାରଲାଇନ୍ସ

ନୂଆଦିଲ୍ଲୀ: ମଝି ଆକାଶରେ ଉଡ଼ିଗଲା ବିମାନର ମୁଖ୍ୟ କବାଟ । ଅଳ୍ପକେ ବର୍ତ୍ତିଗଲେ ସମସ୍ତ ଯାତ୍ରୀ । ଉଡ଼ିବାର ମାତ୍ର କିଛି ସମୟ ପରେ ଜରୁରୀକାଳିନ ଲ୍ଯାଣ୍ଡିଂ କଲା ବିମାନ । ଏଭଳି ଘଟଣା ଘଟିଛି ଆଲାସ୍କା ଏୟାରଲାଇନ୍ସର ବୋଇଂ ୭୩୭-୯ ମ୍ୟାକ୍ସ ବିମାନରେ ।

ପୋର୍ଟଲାଣ୍ଡରୁ ଓଣ୍ଟାରିଓ ଯାଉଥିଲା ବିମାନ । ବିମାନରେ ୬ ଜଣ କ୍ରୁ ମେମ୍ବାର ସହ ମୋଟ ୧୭୧ ଯାତ୍ରୀ ଥିଲେ । ଘଟଣା ପରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ଏନେଇ ପାଇଲଟ୍ ଜାଣିବା ପରେ ସଙ୍ଗେ ସଙ୍ଗେ ବିମାନକୁ ସୁରକ୍ଷିତ ଭାବେ ପୋର୍ଟଲାଣ୍ଡ ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରିଥିଲେ । ତେବେ କାହିଁକି ଏଭଳି ଘଟଣା ଘଟିଲା ସେନେଇ ଆଲାସ୍କା ଏୟାରଲାଇନ୍ସ ପକ୍ଷରୁ ତଦନ୍ତ କରାଯାଉଛି ।

ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଏବଂ ଅନ୍ୟ ଏକ ବିମାନରେ ସମସ୍ତ ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି । ବିମାନଟି ପ୍ରାୟ ୧୬ ହଜାର ୩୨୫ ଫୁଟ ଉପରକୁ ଉଡ଼ିବା ପରେ ଏଭଳି ଘଟଣା ଘଟିଥିବା କୁହାଯାଉଛି ।
ବିମାନ ତିଆରି କରିଥିବା କମ୍ପାନୀ ବୋଇଂ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି, “ଆଲସ୍କା ଏୟାରଲାଇନ୍ସ ବିମାନ #AS୧୨୮୨ ରେ ତ୍ରୁଟି ନେଇ ଆମେ ଅବଗତ ଅଛୁ । ଆମେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ କାର୍ଯ୍ୟ ଜାରି ରଖିଛୁ । ବୋଇଂ ଟିମ ମଧ୍ୟ ତଦନ୍ତରେ ସହଯୋଗ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି” ।
ପ୍ଲାଇଟ ଟ୍ରାକିଂ ଓ୍ବେବସାଇଟ ଫ୍ଲାଇଟ୍ୱେୟାରର ତଥ୍ୟ ଅନୁସାରେ , ଉଡାଣ ଭରିବା ସମୟରେ ବିମାନଟି ୧୬ ହଜାର ଫୁଟ ଉପରେ ରହିଥିଲା । ସେହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ବିମାନର ମଝିରେ ଏକ ଝରକା ଭାଙ୍ଗି ଉଡି ଯାଇଥିବା ଦେଖାଯାଇଛି । କାଟୁ ଟିଭି ପକ୍ଷରୁ ମଧ୍ୟ ଫଟୋ ଏବଂ ଭିଡିଓ ଜାରି କରାଯାଇଛି ।

Comments are closed.