Latest Odisha News

BREAKING NEWS

ଆରମ୍ଭ ହେଲା ବିଏସକେୱାଇ ନବୀନ କାର୍ଡର ପଞ୍ଜିକରଣ, ଜାଣନ୍ତୁ କିପରି କରିବେ ଆବେଦନ…

ଭୁବନେଶ୍ଵର: ଦୂର ହେବ ଗରିବଙ୍କ ଚିକିତ୍ସା ଟେନସନ । ମେଡିକାଲରେ ହେଉଥିବା ବିପୁଳ ଖର୍ଚ୍ଚକୁ ଏଣିକି ବହନ କରିବେ ରାଜ୍ୟ ସରକାର । ଓଡ଼ିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବା BSKY ହେଲ୍‌ଥ କାର୍ଡ ପରେ ବର୍ତ୍ତମାନ BSKY ନବୀନ କାର୍ଡ ଆସିଛି । ଏଥିପାଇଁ ପଞ୍ଜୀକରଣ ୬ ରୁ ୧୬ ଜାନୁୟାରୀ ପର୍ଯ୍ୟନ୍ତ ଚାଲିବ । ଅନଲାଇନ୍ ଏବଂ ମୋ ସେବା କେନ୍ଦ୍ରରେ ପଞ୍ଜୀକରଣ କରାଯାଇପାରିବ । ପ୍ରଥମ ପର୍ଯ୍ୟାୟରେ ଗ୍ରାମାଞ୍ଚଳ ଲୋକଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଉଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ସହରାଞ୍ଚଳ ଲୋକ ଓ ସରକାରୀ କର୍ମଚାରୀଙ୍କୁ ବିଏସକେଓ୍ବାଇ ନବୀନ କାର୍ଡ ମିଳିବ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସେବାରୁ ବଞ୍ଚିତ ଲୋକମାନେ ଏଥିରେ ସାମିଲ ହୋଇପାରିବେ। ଏଥିଲାଗି ଅନଲାଇନରେ http://bskynabin.odisha.gov.in କିମ୍ବା ‘ମୋ ସେବା କେନ୍ଦ୍ର’ରେ ପଞ୍ଜୀକରଣ କରାଯାଇ ପାରିବ। ବିଏସ୍‌କେୱାଇ ନବୀନ କାର୍ଡରେ ପଞ୍ଜୀକରଣ ନିମନ୍ତେ ଗ୍ରାମାଞ୍ଚଳରେ ବସବାସ କରିବା ଜରୁରୀ। ପରିବାରର କୌଣସି ସଦସ୍ୟ ୨୦୨୨-୨୩ ଆର୍ଥିକ ବର୍ଷରେ ଆୟକର ଦେଇ ନ ଥିବେ। କୌଣସି ସଦସ୍ୟ ନିୟମିତ ସରକାରୀ କର୍ମଚାରୀ କିମ୍ବା ଅବସରପ୍ରାପ୍ତ ପେନସନ୍‌ଭୋଗୀ ହୋଇ ନ ଥିବା ଜରୁରୀ। ନବୀନ କାର୍ଡ ପରିବାରର ମୁଖ୍ୟଙ୍କ ନାମରେ ପଞ୍ଜୀକରଣ ହେବ। ଗୋଟିଏ ପରିବାରର ୧୮ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି ବିଏସ୍‌କେୱାଇ ନବୀନ କାର୍ଡ ପାଇଁ ଆବେଦନ କରିପାରିବେ। ଦରଖାସ୍ତକାରୀଙ୍କ ଆଧାର ଭିତ୍ତିକ ଇ-କେୱାଇସି ବାଧ୍ୟତାମୂଳକ ହେବ। ସମସ୍ତ ସଦସ୍ୟଙ୍କ ଭୋଟ ପରିଚୟପତ୍ର ଥିବା ଜରୁରୀ। ୫ ବର୍ଷରୁ କମ୍‌ ପିଲାଙ୍କ ଆଧାର କାର୍ଡ ଥିବା ଜରୁରୀ। ଯଦି ଏହା ନଥାଏ ତା ହେଲେ ୩୦/୬/୨୦୨୪ ସୁଦ୍ଧା ସମ୍ପୃକ୍ତ ପିଲାଙ୍କର ଆଧାର କାର୍ଡ ଦାଖଲ କରିବା ପାଇଁ ଆବେଦନକାରୀ ପ୍ରତିଜ୍ଞା ପତ୍ର (ଅଣ୍ଡରଟେକିଂ) ଦେବେ।

ଗତ ୫ ବର୍ଷରେ BSKY ଯୋଜନାରେ ରାଜ୍ୟ ସରକାର ୪୫୦୦ କୋଟି ଟଙ୍କା ଖର୍ଚ୍ଚ କରି ୨୧ ଲକ୍ଷ ରୋଗୀଙ୍କୁ ବିଭିନ୍ନ ଘରୋଇ ହସ୍‌ପିଟାଲରେ କ୍ୟାସଲେସ ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି। ସାର୍ବଜନୀନ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସାରା ଦେଶରେ ଏହା ଏକ ଅନନ୍ୟ ଉଦାହରଣ। ଏକ ଉତ୍ତମ ମଡେଲ। ଓଡିଶାର ଲୋକଙ୍କ ପାଇଁ ଏହା ଏକ ସୁନିଶ୍ଚିତ ସ୍ବାସ୍ଥ୍ୟସେବା ବ୍ୟବସ୍ଥା, ଯେଉଁଥିରେ କି ସରକାରୀ ଓ ଘରୋଇ ଉଭୟ କ୍ଷେତ୍ରର ଉତ୍ତମ ସୁବିଧା ପ୍ରଦାନ କରାଯାଉଛି ।

Leave A Reply

Your email address will not be published.