Latest Odisha News

BREAKING NEWS

ପାରାଦୀପରେ ମତ୍ସ୍ୟଜୀବୀଙ୍କୁ ମାଛଧରା ବାରଣ

ପାରାଦୀପ: ସମୁଦ୍ରକୂଳରେ ମାଛ ଧରିବା ମନା ।  ଆଜିଠାରୁ ସରକାରଙ୍କ ତରଫରୁ ଲାଗିଛି କଟକଣା । ଅଲିଭ ରିଡଲେ କଇଁଛଙ୍କ ଆଗମନ ଓ ବଂଶବୃଦ୍ଧିକୁ ଦୃଷ୍ଟିରେ ରଖି ବନ ବିଭାଗ, ତଟରକ୍ଷୀ ବାହିନୀ, ବିଭିନ୍ନ ସାମୁଦ୍ରିକ ଥାନା ସହିତ ମତ୍ସ୍ୟ ବିଭାଗ ତରଫରୁ ମତ୍ସ୍ୟଜୀବୀ ମାନଙ୍କୁ ସୂଚନା ଦିଆଯିବା ସହିତ ସମୁଦ୍ରରେ ପେଟ୍ରୋଲିଂ ଆରମ୍ଭ କରାଯାଇଛି । ମେ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ ମାସ କଟକଣା ଲାଗୁ ରହିବ। ସମୁଦ୍ରକୂଳ ଠାରୁ ୨୦ କିଲୋମିଟର ଭିତରେ ମାଛଧରି ପାରିବେ ନାହିଁ ମତ୍ସ୍ୟଜୀବୀ  ।

ପାରାଦୀପ ନେହେରୁ ବଙ୍ଗଳା ମାଛଧରା ବନ୍ଦର ଉପରେ ପ୍ରାୟ ୫୦ ହଜାର ମତ୍ସ୍ୟଜୀବୀ ପରିବାର ନିର୍ଭର କରନ୍ତି । ଗତ କିଛି ବର୍ଷ ହେଲା ଲଘୁଚାପ, ବାତ୍ୟା, ବନ୍ୟା କାରଣରୁ ବୋଟ୍ ମାଲିକ ଓ ମତ୍ସ୍ୟଜୀବୀ କ୍ଷତି ସହୁଛନ୍ତି । ଗଭୀର ସମୁଦ୍ରରେ ମାଛ ଧରିବା ପାଇଁ ଆବଶ୍ୟକୀୟ ଜାଲ ଓ ଶକ୍ତିଶାଳୀ ବୋଟ୍ ନଥିବାରୁ ମତ୍ସ୍ୟଜୀବୀ ମାନେ ଏବେ ଚିନ୍ତାରେ ପଡ଼ିଛନ୍ତି। ସେପଟେ ଟ୍ରଲର ମାଲିକମାନେ ମଧ୍ୟ ପ୍ରଭାବିତ ହେଉଥିବା ନେଇ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ସଭାପତି କହିଛନ୍ତି  ।

ଅଲିଭ ରିଡଲେ କଇଁଛ ପ୍ରଜଜନ ସମୟ ପାଇଁ ୭ ମାସ ଓ ମାଛ ବଂଶ ବୃଦ୍ଧି ପାଇଁ ୩ ମାସ , ବର୍ଷକୁ ୧୦ ମାସ ପର୍ଯ୍ୟନ୍ତ ମାଛ ଧରା ଉପରେ ଲାଗୁଛି ସରକାରୀ କଟକଣା । ସେଥିରେ ବନ୍ୟା, ବାତ୍ୟା, ଲଘୁଚାପ ଭଳି ପ୍ରାକୃତିକ ଦୁର୍ବିପାକ ଦାଉ ସାଧୁଛି । ବିଭିନ୍ନ ସମୟରେ ମାଛଧରା ବନ୍ଦ ରହିବା କାରଣରୁ ମତ୍ସ୍ୟଶିଳ୍ପ ପ୍ରଭାବିତ ହେବା ସହିତ ଅନେକ ଆର୍ଥିକ କ୍ଷତି ଘଟୁଥିବା ନେଇ ବୋଟ ମାଲିକ ମନେ ଅଭିଯୋଗ ଆଣିଛନ୍ତି l

Leave A Reply

Your email address will not be published.