Latest Odisha News

BREAKING NEWS

ମେଡିକାଲ କଲେଜ ଓ ଆୟୁର୍ବେଦ ଆରୋଗ୍ୟ କେନ୍ଦ୍ର ପାଇଁ ଜମି ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡାରେ ନିର୍ମାଣ ହେବ ଏଲୋପାଥି ମେଡିକାଲ କଲେଜ ଏବଂ ଆୟୁର୍ବେଦ ଆରୋଗ୍ୟ କେନ୍ଦ୍ର । ଆର୍ଟ ଅଫ ଲିଭିଂ ଅନୁଷ୍ଠାନ ପକ୍ଷରୁ ଏହି ମେଡିକାଲ କଲେଜ ଓ ଆରୋଗ୍ୟ କେନ୍ଦ୍ର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆ ଯାଇଥିଲା । ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ଆର୍ଟ ଅଫ ଲଭିଂର କର୍ମକର୍ତ୍ତା ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଝାରସୁଗୁଡ଼ାରେ ଆରମ୍ଭ ହୋଇଛି ଜମି ଚିହ୍ନଟ ପ୍ରକ୍ରିୟା ।

ଆଜି ଏଥିପାଇଁ ବଲିଜୁରୀ ଓ ମାଲିମୁଣ୍ଡାରେ ଜମି ଅନୁଧ୍ୟାନ କରାଯାଇଛି । ୨୫ ଏକର ଜମିରେ ମେଡିକାଲ କଲେଜ ଓ ୨୫ ଏକର ଜମିରେ ଆରୋଗ୍ୟ ସେଣ୍ଟର କରିବା ପାଇଁ ଯୋଜନା ରହିଛି । ଏହି ମେଡିକାଲ କଲେଜ ଓ ଆରାଗ୍ୟ କେନ୍ଦ୍ର ନିର୍ମାଣ ହେଲେ ଝାରସୁଗୁଡ଼ା ତଥା ଆଖପାଖ ଅଞ୍ଚଳବାସୀ ଉପକୃତ ହୋଇ ପାରିବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଜିଲ୍ଲାରେ ମେଡିକାଲ କଲେଜ ଏବଂ ଆରୋଗ୍ୟ କେନ୍ଦ୍ର ନିର୍ମାଣ ନୂତନ ଝାରସୁଗୁଡ଼ାର ଏକ ଅଂଶ ବିଶେଷ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ସେହିପରି ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଛନ୍ତି ଏହି ମେଡିକାଲ କଲେଜ ଓ ଆରୋଗ୍ୟ କେନ୍ଦ୍ର ଅଞ୍ଚଳବାସୀଙ୍କ ପାଇଁ ବରଦାନ ହେବ ।

ସେହିପରି ଆର୍ଟ ଅଫ ଲିଭିଂ କର୍ତ୍ତୃପକ୍ଷ କହିଛନ୍ତି, ରାଜ୍ୟ ସରକାରଙ୍କ ଅନୁମତି ପରେ ଖୁବଶୀଘ୍ର ଶିଳାନ୍ୟାସ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ହାତରେ କରାଯିବ । ଏହି ମେଡିକାଲ କଲେଜ ଓ ଆରୋଗ୍ୟ କେନ୍ଦ୍ର ନିର୍ମାଣ ହେଲେ ସ୍ଥାନୀୟ ଲୋକେ ଚିକିତ୍ସା ସୁବିଧା ପାଇବା ସହ ସ୍ଥାନୀୟ ଛାତ୍ରଛାତ୍ରୀ ମେଡିକାଲ ପାଠ ପଢ଼ିବା ନେଇ ସୁବିଧା ପାଇ ପାରିବେ ।

Leave A Reply

Your email address will not be published.