Latest Odisha News

BREAKING NEWS

ଆସାମରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର ରଚୁଛନ୍ତି ଆଇଏସଆଇ, ଅଲକାଇଦା

ଶ୍ରୀନଗର: ଭାରତର ଗୋଇନ୍ଦା ବିଭାଗ ଆସାମରେ ଆତଙ୍କବାଦୀ ଆକ୍ରମଣ ନେଇ ସତର୍କ ସୂଚନା ଜାରୀ କରିଛି । ପାକିସ୍ତାନର ଆଇଏସଆଇ ଏବଂ ଆତଙ୍କବାଦୀ ସଂଗଠନ ଅଲକାଇଦା ଏଥପାଇଁ ଷଡଯନ୍ତ୍ର ରଚୁଛନ୍ତି । ସ୍ଥାନୀୟ ପୋଲିସକୁ ସମ୍ପୂର୍ଣ୍ଣ ଭାବେ ହାଇ ଆଲର୍ଟରେ ରହିବା ପାଇଁ କୁହାଯାଇଛି । ଆରଏସଏସ କ୍ୟାଡର ଓ ସେନା କ୍ୟାମ୍ପରେ ସେମାନେ ଏହି ଆକ୍ରମଣ କରିବେ ବୋଲି ଗୋଇନ୍ଦା ବିଭାଗ କହିଛି ।

ବସଷ୍ଟାଣ୍ଡ, ରେଳ ଷ୍ଟେସନ ଓ ଅନ୍ୟ ଜନ ଗହଳି ସ୍ଥାନକୁ ମଧ୍ୟ ସେମାନେ ଟାର୍ଗେଟ କରି ପାରନ୍ତି । ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟ ଜନଗହଳି ସ୍ଥାନକୁ ନ ଯିବା ପାଇଁ ସତର୍କ କରାଯାଇଛି ।

Leave A Reply

Your email address will not be published.