Latest Odisha News

BREAKING NEWS

ପରିବା ଦର ବୃଦ୍ଧି ନେଇ ତ୍ରାହି ତ୍ରାହି ଖାଉଟି

ଭୁବନେଶ୍ୱର: ବେଲଗାମ ଦର । ହୁ ହୁ ହୋଇ ବଢିଚାଲିଛି ଦର ଦାମ୍ । ଦର ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକିଲେଣି ଖାଉଟି । ଗୋଟିଏ ପଟେ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗି ଥିବାବେଳେ ଅନ୍ୟ ପକ୍ଷେ ପରିବା ଦର ଆକାଶ ଛୁଆଁ । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପରିବା ଦର ୫୦ ଟଙ୍କା ତଳକୁ ନାହିଁ । ପୋଟଳ କିଲୋ ପ୍ରତି ୬୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଥିବା ବେଳେ କଲରା ୭୦, ଖମ୍ବ ଆଳୁ ୬୦, ବାଇଗଣ ୪୦, ଟମାଟୋ ୫୦ ଟଙ୍କା ରହିଛି । ପିଆଜ କିଲୋ ପ୍ରତି ୫୦ ଟଙ୍କା, ଝୁଡ଼ଙ୍ଗ ୮୦ ଥିବାବେଳେ ବିନ୍ସ ଦର ୧୦୦ ଟଙ୍କାରେ ବିକ୍ରି ହେଉଛି । କାର୍ତ୍ତିକ ମାସରେ ଅଧିକାଂଶ ଲୋକେ ଆମିଷ ଖାଉ ନଥିବାରୁ ପରିବା ଦର ଏବେଠୁ ଆକାଶ ଛୁଆଁ । ପରିବା ଦର ବଢୁଥିବାରୁ ଖାଉଟି ଚିନ୍ତାରେ ପଡ଼ିଲେଣି ।  ଆଉ ଦିନ କେଇଟା ପରେ କାର୍ତ୍ତିକ ମାସ କିନ୍ତୁ କାର୍ତ୍ତିକ ମାସ ଆରମ୍ଭ ପୂର୍ବରୁ ବଜାରରେ ଦେଖାଦେଇଛି ଆକାଶ ଛୁଆଁ ପନିପରିବା ଦର । ଗତ କିଛି ଦିନ ମଧ୍ୟରେ ଦର ଦାମର ମୂଲ୍ୟ ବୃଦ୍ଧି ଖାଉଟିଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।ବଜାରରେ ସମସ୍ତ ପ୍ରକାରର ପନିପରିବା ଉପଲବ୍ଧ ଥିଲେ ମଧ୍ୟ କୌଣସି ପରିବାର ଦର କିଲୋପ୍ରତି ୬୦ ଟଙ୍କାରୁ କମ ନୁହଁ । ପୋଟଳ କିଲୋପିଛା ୬୫ ଥିବାବେଳେ କଲରା ୭୦, ଟମାଟୋ କିଲୋପିଛା ୫୦, ପିଆଜ ୬୦, ଭେଣ୍ଡି କିଲୋ ପିଛା ୭୫ ଟଙ୍କାରେ ବିକ୍ରି ହେଉଛି ।ରାଜ୍ୟରେ ଚଳିତ ବର୍ଷ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ପନିପରିବା ଚାଷରେ ଅଧିକ କ୍ଷୟକ୍ଷତି ପହଞ୍ଚାଇଛି । ରାଜ୍ୟ ବାହାରୁ ଆମଦାନୀ କରିବା ଦ୍ବାରା ପ୍ରତ୍ୟେକ ପରିବାର ଦର କିଲୋପ୍ରତି ୨୦-୩୦ ଟଙ୍କା ବୃଦ୍ଧି ପାଇଛି । ସେପଟେ ଯୋଗାଣ ହ୍ରାସ ଯୋଗୁଁ ଦରଦାମ ବୃଦ୍ଧି ପାଇଛି ବୋଲି ବ୍ୟବସାୟୀ କହିଛନ୍ତି ।

Leave A Reply

Your email address will not be published.