ଭୁବନେଶ୍ୱର: ବେଲଗାମ ଦର । ହୁ ହୁ ହୋଇ ବଢିଚାଲିଛି ଦର ଦାମ୍ । ଦର ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକିଲେଣି ଖାଉଟି । ଗୋଟିଏ ପଟେ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗି ଥିବାବେଳେ ଅନ୍ୟ ପକ୍ଷେ ପରିବା ଦର ଆକାଶ ଛୁଆଁ । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ପରିବା ଦର ୫୦ ଟଙ୍କା ତଳକୁ ନାହିଁ । ପୋଟଳ କିଲୋ ପ୍ରତି ୬୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଥିବା ବେଳେ କଲରା ୭୦, ଖମ୍ବ ଆଳୁ ୬୦, ବାଇଗଣ ୪୦, ଟମାଟୋ ୫୦ ଟଙ୍କା ରହିଛି । ପିଆଜ କିଲୋ ପ୍ରତି ୫୦ ଟଙ୍କା, ଝୁଡ଼ଙ୍ଗ ୮୦ ଥିବାବେଳେ ବିନ୍ସ ଦର ୧୦୦ ଟଙ୍କାରେ ବିକ୍ରି ହେଉଛି । କାର୍ତ୍ତିକ ମାସରେ ଅଧିକାଂଶ ଲୋକେ ଆମିଷ ଖାଉ ନଥିବାରୁ ପରିବା ଦର ଏବେଠୁ ଆକାଶ ଛୁଆଁ । ପରିବା ଦର ବଢୁଥିବାରୁ ଖାଉଟି ଚିନ୍ତାରେ ପଡ଼ିଲେଣି ।
ଆଉ ଦିନ କେଇଟା ପରେ କାର୍ତ୍ତିକ ମାସ କିନ୍ତୁ କାର୍ତ୍ତିକ ମାସ ଆରମ୍ଭ ପୂର୍ବରୁ ବଜାରରେ ଦେଖାଦେଇଛି ଆକାଶ ଛୁଆଁ ପନିପରିବା ଦର । ଗତ କିଛି ଦିନ ମଧ୍ୟରେ ଦର ଦାମର ମୂଲ୍ୟ ବୃଦ୍ଧି ଖାଉଟିଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।
ବଜାରରେ ସମସ୍ତ ପ୍ରକାରର ପନିପରିବା ଉପଲବ୍ଧ ଥିଲେ ମଧ୍ୟ କୌଣସି ପରିବାର ଦର କିଲୋପ୍ରତି ୬୦ ଟଙ୍କାରୁ କମ ନୁହଁ । ପୋଟଳ କିଲୋପିଛା ୬୫ ଥିବାବେଳେ କଲରା ୭୦, ଟମାଟୋ କିଲୋପିଛା ୫୦, ପିଆଜ ୬୦, ଭେଣ୍ଡି କିଲୋ ପିଛା ୭୫ ଟଙ୍କାରେ ବିକ୍ରି ହେଉଛି ।
ରାଜ୍ୟରେ ଚଳିତ ବର୍ଷ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ପନିପରିବା ଚାଷରେ ଅଧିକ କ୍ଷୟକ୍ଷତି ପହଞ୍ଚାଇଛି । ରାଜ୍ୟ ବାହାରୁ ଆମଦାନୀ କରିବା ଦ୍ବାରା ପ୍ରତ୍ୟେକ ପରିବାର ଦର କିଲୋପ୍ରତି ୨୦-୩୦ ଟଙ୍କା ବୃଦ୍ଧି ପାଇଛି । ସେପଟେ ଯୋଗାଣ ହ୍ରାସ ଯୋଗୁଁ ଦରଦାମ ବୃଦ୍ଧି ପାଇଛି ବୋଲି ବ୍ୟବସାୟୀ କହିଛନ୍ତି ।
BREAKING NEWS
- Gold winning hockey players:ପୁରୁଷ ଓ ମହିଳା ହକି ଟିମ୍କୁ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ;ଓଡ଼ିଆ ଖେଳାଳୀଙ୍କୁ ୨୦ ଲକ୍ଷ ଲେଖାଏଁ ସ୍ୱତନ୍ତ୍ର ପୁରସ୍କାର
- ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ୍ ଦଳ ଘୋଷଣା: ବାଦ୍ ପଡ଼ିଲେ ଅଭିଜ୍ଞ ପେସର୍ ମହମ୍ମଦ ସାମି
- ସରପଞ୍ଚ,ନାଏବ ସରପଞ୍ଚଙ୍କୁ ମିଳିବ ୬ ମାସର ସମ୍ମାନ ରାଶି; ଜାଣନ୍ତୁ କେତେ…
- ଟିପିଏସ୍ଓଡିଏଲ୍ ତରଫରୁ ଏହି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ;ସୌର ଶକ୍ତି ବାବଦରେ ସଚେତନ କରିବ
- ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତର ଦିନିକିଆ ଏବଂ ଟେଷ୍ଟ୍ ଦଳ ଘୋଷଣା
- ଭିନୁ ମଙ୍କଡ ଟ୍ରଫି: ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ଖେଳିଲେ ବିସ୍ଫୋରକ ଶତକୀୟ ଇନିଂସ
- Durga Puja Security:ଦଶହରାରେ କଟକ ଜଗିବେ ୬୦ପ୍ଲାଟୁନ ପୋଲିସ;ଲାଗିବ ୧୩୦୦ ସିସିଟିଭି,ମଣ୍ଡପରେ ହେବ ଅଗ୍ନି ନିରାପତ୍ତା ଯାଞ୍ଚ
- ବ୍ୟକ୍ତିଗତ ଜୀବନକୁ ନେଇ ବଡ ଖୁଲାସା କଲେ ଚହଲ
- Pitabas Panda Murder Case:ସାକ୍ଷୀଙ୍କୁ ଧମକ ଅଭିଯୋଗରେ ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା, ୨୮ରେ ପୁଣି…
- କପିଲ ଦେବଙ୍କ Gen Z ପ୍ରଦର୍ଶନକାରୀଙ୍କ ପାଇଁ ପରାମର୍ଶ: ‘ସେମାନେ ଶିଖିବା ଏବଂ ଶୁଣିବା ଦରକାର, ସେମାନେ ସର୍ବଦା ଠିକ୍ ନୁହଁନ୍ତି’

Comments are closed.