Latest Odisha News

BREAKING NEWS

ଲଗାଣ ବର୍ଷାରେ ବେହାଲ ମାୟାନଗରୀ; ଦ୍ବିତୀୟ ଦିନରେ ବି ହାଇଆଲର୍ଟ ଜାରି, ଗଲାଣି ୭ ଜୀବନ

ମୁମ୍ବାଇ: ସାରା ଦେଶରେ ତାଣ୍ଡବ ରଚୁଛି ମୌସୁମୀ ଜନିତ ଲଗାଣ ବର୍ଷା । ଜମ୍ମୁରୁ ଆରମ୍ଭ କରି ମହାରାଷ୍ଟ୍ର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେଉଛି । ତେବେ ଦ୍ବିତୀୟ ଦିନରେ ମଧ୍ୟ ମୁମ୍ବାଇରେ ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଗତ ୮ ଘଣ୍ଟା ମଧ୍ୟରେ ମାୟାନଗରୀରେ ୧୭୭ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ, ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ରାସ୍ତାଗୁଡ଼ିକ ପୋଖରୀରେ ପରିଣତ ହୋଇଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଉପୁଜିଛି । ଗମନାଗମନ ଏକ ପ୍ରକାର ଠପ୍ ହୋଇଯାଇତିବାବେଳେ, ତଳିଆ ଅଞ୍ଚଳରେ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ବର୍ଷା କାରଣରୁ ବିମାନ ସେବା ଏବଂ ସ୍ଥାନୀୟ ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଛି, କମ୍ ଦୃଶ୍ୟମାନତା ଯୋଗୁଁ ଟ୍ରେନ୍ ବିଳମ୍ବରେ ଚାଲିଛି ଏବଂ ଅନେକ ବିମାନ ବାତିଲ କରିବାକୁ ପଡିଛି ।

ତେବେ ଆଜି ମଧ୍ୟ ଏଥିରୁ ଆଶ୍ୱସ୍ତି ପାଇବାର କୌଣସି ଆଶା ନାହିଁ । ପାଣିପାଗ ବିଭାଗ ଆଜି ମୁମ୍ବାଇ ସମେତ ଥାନେ, ପାଲଘର ଏବଂ ନଭି ମୁମ୍ବାଇରେ ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରିଛି । ସହରର ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି ।

 

Comments are closed.