Latest Odisha News

BREAKING NEWS

ସାମ୍‌ନାକୁ ଆସିଲା ଅଲି ଅବ୍ବାସଙ୍କ ବିବାହ ଫଟୋ; ଶୁଭେଚ୍ଛା ଜଣାଇଲେ ପ୍ରଶଂସକ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଲି ଅବ୍ବାସ ଜାଫର ବେଶ୍‌ ନିଆରା ଢଙ୍ଗରେ ନୂଆ ବର୍ଷକୁ ଆରମ୍ଭ କରିଛନ୍ତି। ଅଲି ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି ଯେ ସେ ଏବେ ସିଙ୍ଗଲ୍‌ରୁ ମିଙ୍ଗଲ୍‌ ହୋଇଛନ୍ତି। ଅଲି ତାଙ୍କ ପତ୍ନୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହିତ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

ଅଲିଙ୍କ ବିବାହ ଖବର ତାଙ୍କ ପ୍ରଶଂସକଙ୍କୁ ବେଶ୍‌ ଚକିତ କରିଥିବା ଜଣାପଡ଼ିଛି। କାରଣ ଅଲି ଗୁପ୍ତ ଭାବରେ ବିବାହ କରିଥିଲେ। ଅଲି ତାଙ୍କ ପତ୍ନୀଙ୍କ ବିଷୟରେ ଅଧିକ ସୂଚନା ଦେଇନାହାଁନ୍ତି, କିନ୍ତୁ ତାଙ୍କ ପୋଷ୍ଟରୁ ଜଣାପଡିଛି ଯେ ଅଲିଙ୍କ ବେଗମ୍‌ଙ୍କ ନାଁ ଆଲିସିଆ ଜାଫର। ଅଲି ମଙ୍ଗଳବାର ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ପୋଷ୍ଟ କରିଛନ୍ତି। ପ୍ରଥମ ଛବିରେ ଅଲୀ ପତ୍ନୀଙ୍କ ସହିତ ଏକ ରୋମାଣ୍ଟିକ୍ ପୋଜରେ ନଜର ଆସିଛନ୍ତି। ଏହା ସହିତ ସେ ଲେଖିଛନ୍ତି -୧୪୦୦ ବର୍ଷ ପୂର୍ବେ, ଇମାମ ଅଲି ଫାତିମା-ଅଲ-ଜାହ୍‌ରାଙ୍କୁ କହିଥିଲେ, ଯେତେବେଳେ ମୁଁ ତୁମ ଚେହେରାକୁ ଦେଖ‌େ ମୋର ସମସ୍ତ ଯନ୍ତ୍ରଣା ଦୂର ହୋଇଯାଏ। ଆଲିସିଆ ଜାଫର ତୁମକୁ ଦେଖି ମୁଁ ମଧ୍ୟ ସମାନ ଅନୁଭବ କରୁଛି। ଯୁଗ ଯୁଗ ଧରି ତୁମେ ମୋର। ଅଲିଙ୍କ ଏହି ପୋଷ୍ଟରେ ସମସ୍ତ ସେଲିବ୍ରେଟ୍ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.