Latest Odisha News

BREAKING NEWS

ହାତୀ ପଲଙ୍କ ହାବୁଡରେ ପଡିଲେ ଚିଲିକା ପକ୍ଷୀ ଗଣନାକାରୀ

ବାଲୁଗାଁ: ଚିଲିକା ବନଖଣ୍ଡରେ ଆଜି ସକାଳୁ ପକ୍ଷୀ ଗଣନା ଆରମ୍ଭ ହୋଇଥିବା ବେଳେ ବାଲିପାଟପୁର ଅଞ୍ଚଳରେ ପକ୍ଷୀଗଣନାକାରୀ ଟିମ୍ ଏକ ହାତୀ ପଲଙ୍କୁ ଦେଖିବାକୁ ପାଇଥିଲେ । ଗତ ରାତିରୁ ଭୂଷଣ୍ଡପୁର ଦେଇ କେତେ ବେଳେ ଯେ ହାତୀ ପଲ ଚିଲିକା ଭିତରକୁ ପଶିଥିବା ଅନୁମାନ କରାଯାଉଛି ।

ପକ୍ଷୀଗଣନାକାରୀ ଟିମ୍ ପ୍ରଥମେ ଏହି ହାତୀପଲଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ପଲରେ ୧୩ ଟି ହାତୀଥିବା ସେମାନେ କହିଛନ୍ତି । ତେବେ ବର୍ଷକରୁ କମ ବୟସର ଏକ ହାତୀଛୁଆ କାଦୁଅରେ ଫଶିଯାଇଥିଲା । ତେଣୁ ତାକୁ ଉଠାଇବାରେ ଏହି ହାତୀ ପଲ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଥବା ସେମାନେ କହିଛନ୍ତି । କିଛି ସମୟ ପରେ ହାତୀ ଛୁଆଟି କାଦୁଆରୁ ବାହାରି ଆସିବାରେ ସଫଳ ହେବା ପରେ ହାତୀମାନେ ପିକାର ଶବ୍ଦ କରି ପୁଣି ଆଗକୁ ମାଡି ଚାଲିଥିଲେ ।

ଏହି ହାତୀପଲକୁ ଘଉଡାଇବା ପାଇଁ ଟାଙ୍ଗୀ ରେଞ୍ଜର କର୍ମଚାରୀମାନେ ବାଲିପାଟପୁରକୁ ଯାଇଥିଲେ ।

ଏହି ହାତୀପଲଙ୍କୁ ହଠାତ୍ ଦେଖି ଆମ ଟିମ ସଦସ୍ୟ ରୋମାଂଚିତ ହୋଇଥିଲେ ବୋଲି କହିଛନ୍ତି ପକ୍ଷୀଗଣନାକାରୀ ଟିମରେ ଥିବା ୱାର୍ଲଡ଼ ୱାଇଲଡ଼ ଫଣ୍ଡର ବୈଜ୍ଞାନିକ ସାଧ୍ଵୀ ସିନ୍ଦୁରା ।

Leave A Reply

Your email address will not be published.