Latest Odisha News

BREAKING NEWS

ଚର୍ଚ୍ଚାରେ ଆଲିଆ-ରଣବୀରଙ୍କ ପ୍ରେମକାହାଣୀ; ଖୁବଶିଘ୍ର କରିବେ ବିବାହ !

ମୁମ୍ବାଇ: ବଲିଉଡ ସୁପରଷ୍ଟାର ରଣବୀର କପୁର ଓ ବଲିଉଡ୍ ସୁନ୍ଦରୀ ଆଲିଆ ଭଟ୍ଟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଦୀର୍ଘ ଦିନ ଧରି ଉଭୟଙ୍କ ପ୍ରେମ ସମ୍ପର୍କ ନେଇ ଆଲୋଚନା ଚାଲିଥିଲା । ଋଷି କପୁର ଓ ନୀତୁ ସିଂହ ମଧ୍ୟ ଏଥିନେଇ ରାଜି ଥିବା ଜଣାପଡିଛି ।

ରଣବୀର-ଆଲିଆଙ୍କ ପାଇଁ ସେମାନେ କୃଷ୍ଣରାଜ ପ୍ରପର୍ଟି ନବୀକରଣ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ବିବାହ ପରେ ସେମାନେ ଏଠାରେ ରହିବେ । ନୀତ୍ୁ ସିଂ ଧାର୍ମିକ ଚିନ୍ତାଧାରର ମହିଳା ହୋଇଥ୍ô୍ବାରୁ ସେ ତାଙ୍କ ଗୁରୁଜୀଙ୍କ ପରାମର୍ଶ ନେବା ଆରମ୍ଭ କରି ଦେଇଛନ୍ତ୍ି ।

ସୂଚନାଯୋଗ୍ୟ, ୧୯୮୦ରେ ଋଷି-ନୀତ୍ୁ ପଲ ହୀଲଠାରେ ଏହି ବଙ୍ଗଳା କିଣିଥିଲେ । ବ୍ରହ୍ମାସ୍ତ୍ର ଫିଲ୍ମ ଶୁଟିଂ ଅବସରରେ ଉଭୟଙ୍କୁ ପ୍ରାୟ୍ତଃ ଏକତ୍ର୍ ଦେଖିବାକୁ ମିଳୁଛି । ଏପରି କି କରୀନା କାପୁରଙ୍କ କ୍ରିସମାସ୍ ପାର୍ଟିରେ ମଧ୍ୟ ଉଭୟଙ୍କୁ ଏକତ୍ର ଦେଖିବାକୁ ମିଳିଥିଲା ।

ରଣବୀରଙ୍କ ଭଉଣୀଙ୍କ ସହ ଆଲିଆଙ୍କ ଭଲ ସମ୍ପର୍କ ରହିଛି । ରଣବୀରଙ୍କ ପରିବାର ପାର୍ଟିରେ ଚୁଲବୁଲି ଆଲିଆଙ୍କୁ ପ୍ରାୟତ୍୍ଃ ଦେଖିବାକୁ ମିଳିଥାଏ । ତେବେ ରଣବୀର ଓ ଆଲିଆ ଏହି ବିବାହ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି ।

Leave A Reply

Your email address will not be published.