Latest Odisha News

BREAKING NEWS

୬ ମାସ ଭିତରେ କେହି ନକିଣିଲେ ବନ୍ଦ ହୋଇପାରେ ଏୟାର ଇଣ୍ଡିଆ !

ନୂଆଦିଲ୍ଲୀ: ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ଯଦି କେହି ଆଗାମୀ ଛଅ ମାସ ଭିତରେ କେହି ନ କିଣନ୍ତି ତାହାଲେ ଆଗାମୀ ଛଅ ମାସ ଏହା ବନ୍ଦ ହୋଇପାରେ |

ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ , ଏୟାର ଇଣ୍ଡିଆ ର ଜଣେ କର୍ମକର୍ତ୍ତା ଏସମ୍ପର୍କରେ କହିଛନ୍ତି | କାରଣ ଏହିପରି ଭାବରେ ଅବ୍ୟବସ୍ଥିତ ଭାବରେ କୌଣସି କମ୍ପାନୀ କୁ ଲମ୍ବା ସମୟ ପର୍ଯ୍ୟନ୍ତ ଚଳାଇଯାଇପାରିବ ନାହିଁ |

ଏହି କମ୍ପାନୀ ଭବିଷ୍ୟତକୁ ନେଇ ଲାଗିରହିଥିବା ଅନିଶ୍ଚିତ ସ୍ଥିତି ରେ ୧୨ ଛୋଟ ବିମାନ ପୁନଃ ପ୍ରଚଳନ ପାଇଁ ଧନ ରାଶି ନାହିଁ | ବିମାନ କମ୍ପାନୀ ଉପରେ ୬୦ ହଜାର କୋଟି ଟଙ୍କା ଋଣ ଭାର ଅଛି ଓ ସରକାର ଏହାକୁ ବିକ୍ରୀ କରିବା ପ୍ରକ୍ରିୟା ଜାରୀରଖିଛି | ଘରୋଇକରଣ ପାଇଁ ଯୋଜନା କରୁଥିବା ମଧ୍ୟରେ ସରକାର ଏୟାର ଇଣ୍ଡିଆର ଖରାପ ସ୍ଥିତିରେ ଆଉ ଏଥିରେ ପଇସା ଲଗାଇବା ପାଇଁ ଚାହୁଁନାହାନ୍ତି | ଏହାସହ କୌଣସି ପ୍ରକାର ସରକାର ଏହାକୁ ଚଳାଇରଖିଛନ୍ତି ଯାହା ଲମ୍ବା ସମୟ ପର୍ଯ୍ୟନ୍ତ ଚଳାଇ ହେବନି |

ସରକାରୀ ହିସାବ ଅନୁସାରେ, ବିତ୍ତ ବର୍ଷ ୨୦୧୧-୧୨ ରୁ ଏହି ଡ଼ିସେମ୍ବର ପର୍ଯ୍ୟନ୍ତ ସରକାର ଏୟାର ଇଣ୍ଡିଆରେ ୩୦,୫୨୦.୨୧ କୋଟି ଟଙ୍କା ଲାଗି ସାରିଛି | ୟୁପିଏ ସରକାର ଙ୍କ ସମୟରେ କମ୍ପାନୀ ପାଇଁ ଟର୍ନ ଆରାଉଣ୍ଡ ଯୋଜନାରେ ୩୦ ହଜାର କୋଟି ଟଙ୍କା ବିତ୍ତୀୟ ସହାୟତା ମିଳିଥିଲା |

୨୦୦୭ ରେ ମିଶ୍ରଣ ପରଠାରୁ ଆରମ୍ଭ ହୋଇଛି ଖରାପ ସମୟ:
୨୦୦୭ ରେ କେନ୍ଦ୍ର ସରକାର ଏୟାର ଇଣ୍ଡିଆରେ ଇଣ୍ଡିଆନ ଏୟାରଲାଇନ୍ସ ମିଶ୍ରଣ ହୋଇଥିଲା | ଏହି ଦୁଇ କମ୍ପାନୀର ମିଶ୍ରଣ ସମୟରେ ଉଭୟ ମିଶ୍ରିତ କ୍ଷତି ୭୭୦ କୋଟି ଟଙ୍କା ଥିଲା, ଯାହା ମିଶ୍ରଣ ପରେ ଏହା ୭୨୦୦ କୋଟି ଟଙ୍କାରେ ପହଂଚି ଯାଇଛି | ସରକାର ଏଥିପାଇଁ ଏସବିଆଇକୁ ରିକଭରୀ ପାଇଁ ଅଧିକୃତ କରିଥିଲେ | ଏୟାର ଇଣ୍ଡିଆ କ୍ଷତିର ପରିମାଣ କମାଇବାପାଇଁ ନିଜର ତିନୋଟି ଏଆରବସ ୩୦୦ ଓ ଗୋଟିଏ ବୋଇଙ୍ଗ ୭୪୭-୩୦୦ କୁ ୨୦୦୯ ରେ ବିକ୍ରୀ କରିଦେଇଥିଲା | ଏହାପରେ ମାର୍ଚ୍ଚ ୨୦୧୧ ରେ କମ୍ପାନୀ ର ଋଣ ପରିମାଣ ବଢି ୪୨,୬୦୦ ମୋଟି ଟଙ୍କା ଓ ପରିଚାଳନାଗତ କ୍ଷତି ୨୨,୦୦୦ ହୋଇଥିଲା |

ବର୍ତ୍ତମାନ ପର୍ଯ୍ୟନ୍ତ ୬୦ ହଜାର କୋଟିରୁ ଉର୍ଦ୍ଧ ଟଙ୍କା ଋଣ:
ଏହି କମ୍ପାନୀର ୬୦ ହଜାର କୋଟିରୁ ଉର୍ଦ୍ଧ ଟଙ୍କା ଋଣ ରେ ବୁଡିଥିବା ଏଆର ଇଣ୍ଡିଆ କୁ ବିତ୍ତ ବର୍ଷ ୨୦୧୮-୧୯ ରେ ୮,୪୦୦ କୋଟି ଟଙ୍କା କ୍ଷତି ହୋଇଥିଲା |

ଏୟାର ଇଣ୍ଡିଆକୁ ବେସି ପରିଚାଳନାଗତ ଖର୍ଚ୍ଚ ଓ ବିଦେଶୀ ମୁଦ୍ରା ରେ ବେଶୀ କ୍ଷତିର ସାମ୍ନା କରିବାକୁ ପଡିଛି | ଏପରିକି ଏହି ଅବସ୍ଥାରେ ତେଲ କମ୍ପାନୀ ମାନଙ୍କୁ ତାଙ୍କ ବକେୟା ପାଉଣା ଦେଇପାରିନି | ନିକଟରେ ତେଲ କମ୍ପାନୀ ମନେ ଇନ୍ଧନ ଦେବା ବନ୍ଦ କରିଦେବାକୁ ଧମକ ଦେଇଥିଲେ କିନ୍ତୁ ସରକାର ଙ୍କ ହସ୍ତକ୍ଷେପ ଫଳରେ ଇନ୍ଧନ ପୁନଃ ଦିଆଯାଇଥିଲା |

ତିନି ବର୍ଷ ଭିତରେ ଏୟାର ଇଣ୍ଡିଆର କ୍ଷତି ଶୀର୍ଷ ରେ ପହଂଚିଛି |କମ୍ପାନୀ ର ନେଟୱର୍ଥ ମାଇନସ ୨୪,୮୯୩ ମୋଟି ଟଙ୍କା, ସେହିପରି କ୍ଷତି ପରିମାଣ ୫୩,୯୧୪ କୋଟି ଟଙ୍କା ରହିଛି | ସରକାର ନିଜ ତରଫରୁ ଏପରି କମ୍ପାନୀ ମାନଙ୍କୁ ପୁନଃ ଆର୍ଥିକ ସବଳ ଓ ପୁନଃ ନିର୍ମାଣ ଉପରେ ନୂଆ ନୂଆ ପଦକ୍ଷେପ ନେବା ଉପରେ କାମ ଜାରୀ ରଖିଛନ୍ତି |

 

Leave A Reply

Your email address will not be published.