Latest Odisha News

ଫିଲ୍ମ ‘ଡାର୍ଲିଙ୍ଗ୍‌ସ୍‌’ ପାଇଁ ପ୍ରସ୍ତୁତ ହେଉଛନ୍ତି ଆଲିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଶାହରୁଖ ଖାନଙ୍କ ପରବର୍ତ୍ତୀ ପ୍ରଡକ୍ସନ୍ ଫିଲ୍ମ ‘ଡାର୍ଲିଙ୍ଗ୍‌ସ’ ରେ ଅଭିନୟ କରିବେ ଆଲିଆ। ଏଥିପାଇଁ ସେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏଥିରେ ଅଭିନେତ୍ରୀ ଶେଫାଲୀ ଶାହା ମଧ୍ୟ ଅଭିନୟ କରିବେ।

ଏହା ଏକ ମଜାଳିଆ ମ‌ା ଓ ଝିଅ ଯୋଡିଙ୍କ କାହାଣୀ। ଏହି ଚଳଚ୍ଚିତ୍ରଟି ଦୁଇଜଣ ମହିଳାଙ୍କ ଜୀବନ ଉପରେ ଆଧାରିତ।

ଏ ନେଇ ଆଲିଆ ସୋସିଆଲ ମିଡିଆରେ ଫିଲ୍ମ ସ୍କ୍ରିପ୍ଟର ଏକ ଫଟୋ ସେୟାର କରିଥିଲେ ଏବଂ କ୍ୟାପ୍‌ସନରେ ସେ ଏଥିପାଇଁ ପ୍ରସ୍ତୁତ ହେଉଥିବା ଉଲ୍ଲେଖ କରିଛନ୍ତି।

Comments are closed.