Latest Odisha News

BREAKING NEWS

ଭଦ୍ରକ କଳାହାଣ୍ଡିଆରୁ ଧରାପଡିଲା ରେଳବାଇ କେବୁଲ୍ ଚୋର

ଭଦ୍ରକ: ରେଳବାଇ କ୍ୱାଡ୍ ‘୪’ ଟେଲିକମ୍ କେବୁଲ ଚୋରି ମାମଲା ରେଳବାଇ ପୋଲିସକୁ (RPF) ଚିନ୍ତାରେ ପକାଇଥିଲା । ବାରମ୍ବାର କେବୁଲ ଚୋରି ହେବା ଘଟଣାକୁ ନେଇ ବେଶ କିଛିଦିନ ଧରି ଜାରି ରହିଥିଲା ତନାଘନା । ଶେଷରେ ଆରପିଏଫ୍ ଓ ଗ୍ରାମାଂଚଳ ପୋଲିସ ହାତରେ ଧରାପଡିଛି କେବୁଲ ଚୋର ।

ନିକଟରେ କପାଳି ବ୍ରିଜ ଟ୍ରେନ୍ ଲାଇନ୍ ଦେଇଥିବା ‘୪’ କ୍ୱାଡ୍ ଟେଲିକମ୍ କେବୁଲରୁ ୩୦ ମିଟର ଚୋରି ହୋଇଥିଲା । ତଦନ୍ତରୁ ଜଣାପଡିଥିଲା କଳାହାଣ୍ଡିଆ ଓ ଥାନଗାଦିଆ ଗାଁର ୪ଜଣ ବ୍ୟକ୍ତି ଏହି କେବୁଲ ଚୋରି କରିଥିଲେ । ଖବର ପାଇ ଆଜି କଳାହାଣ୍ଡିଆ ଗାଁରେ ରେଳବାଇ ପୋଲିସ ଓ ଗ୍ରାମାଂଚଳ ପୋଲିସ ମିଳିତ ଭାବେ ଚଢାଉ କରିଥିଲା । ଧରପଗଡରେ ଚୋରି ହୋଇତିବା ତାର ଜବତ ହେବା ସହ ରଜତ କୁମାର ମଲ୍ଲିକ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଅନ୍ୟପଟେ ଫେରାର ୩ ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ ତନାଘନା ଚଳାଇଛି ।

Leave A Reply

Your email address will not be published.