Latest Odisha News

BREAKING NEWS

ରଣବୀରଙ୍କୁ ମିସ୍‌ କରୁଛନ୍ତି ଆଲିଆ

ନୂଆଦିଲ୍ଲୀ: ରଣବୀର କପୁର କରୋନା ସଂକ୍ରମିତ ହେବା ପରେ ସେ ଏବେ ସଙ୍ଗରୋଧରେ ରହୁଛନ୍ତି। ଏହି ସମୟରେ ଗର୍ଲଫ୍ରେଣ୍ଡ ଆଲିଆ ଭଟ୍ଟ ତାଙ୍କୁ ଅତିଶୟ ମିସ୍‌ କରୁଥିବା ଜାଣିବାକୁ ମିଳିଛି। ଆଲିଆ ତାଙ୍କ ଇନଷ୍ଟାଗ୍ରାମରେ ନିଜର ଭାବନା ପ୍ରକାଶ କରିବାକୁ ଯାଇ ଉଭୟ ହାତ ଧରିଥିବା ଏକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି।

BjdElectrycity

ଫଟୋ ସହିତ, ଆଲିଆ ତାଙ୍କ ଭାବନାକୁ ପ୍ରକାଶ କରି ଏକ ହାର୍ଟ ଇମୋଜି ଦେଇଛନ୍ତି। ଯାହା ଗୋଟିଏ ପ୍ରେମିକ ଏବଂ ପ୍ରେମିକା ମଧ୍ୟରେ ଭଲପାଇବାର ପ୍ରତୀକ ସ୍ବରୂପ ହୋଇଥାଏ। ଏଥିରୁ ଜଣାପଡ଼ୁଛି ଆଲିଆ ତାଙ୍କ ବଏ୍‌ଫ୍ରେଣ୍ଡ୍‌ ରଣବୀର କପୁରଙ୍କୁ କେତେ ମିସ୍‌ କରୁଛନ୍ତି।

ଏହାପୂର୍ବରୁ ମହା ଗତକାଲି ଶିବରାତ୍ରୀ ଅବସରରେ ଆଲିଆ ଭଟ୍ଟ ତାଙ୍କ ବନ୍ଧୁ ତଥା ନିର୍ଦ୍ଦେଶକ ଆୟାନ ମୁଖାର୍ଜୀଙ୍କ ସହ ଶିବ ମନ୍ଦିର ପରିଦର୍ଶନ କରିଥିଲେ। ଯାହାକୁ ନେଇ ସୋସିଆଲ୍‌ ମଡିଆରେ ବେଶ୍‌ ଚର୍ଚ୍ଚା ହୋଇଥିଲା।

Leave A Reply

Your email address will not be published.