Latest Odisha News

ବଜେଟରେ ନାହିଁ ଅର୍ଥ ବ୍ୟବସ୍ଥା, ବନ୍ଦ ହେଲା ବିଜୁ ଯୁବ ବାହିନୀ

ଭୁବନେଶ୍ୱର: ରାଜ୍ୟରେ ଏବେ ବିଜୁ ଯୁବ ବାହିନୀ କାର୍ଯ୍ୟକ୍ଷମ ନାହିଁ । ବିଧାୟକ ଭବାନୀ ଭୋଇଙ୍କ ପ୍ରଶ୍ନର ଉତ୍ତର ଦେଇ ଏଭଳି ସୂଚନା ଦେଇଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଧାନସଭାରେ ଉତ୍ତର ରଖି ବିଜୁ ଯୁବ ବାହିନୀ ବନ୍ଦ ହୋଇଥିବା ମନ୍ତ୍ରୀ କହିଛନ୍ତି । ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟରେ ବିଜୁ ଯୁବ ବାହିନୀ ପାଇଁ କୌଣସି ଅର୍ଥ ବ୍ୟବସ୍ଥା ନାହିଁ ।

ତେଣୁ ବର୍ତ୍ତମାନ ବିଜୁ ଯୁବ ବାହିନୀ କାର୍ଯ୍ୟକ୍ଷମ ନଥିବା ମନ୍ତ୍ରୀ କହିଛନ୍ତି । ରାଜ୍ୟର କୌଣସି ଅଞ୍ଚଳରେ ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ବିଜୁ ଯୁବ ବାହିନୀ ବର୍ତ୍ତମାନ କାର୍ଯ୍ୟ କରୁନାହିଁ । ବଜେଟରେ ଅର୍ଥ ବ୍ୟବସ୍ଥା ନଥିବାରୁ ଖର୍ଚ୍ଚର କୌଣସି ଅବକାଶ ନାହିଁ ନଥିବା ମନ୍ତ୍ରୀ କହିଛନ୍ତି ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜୁ ଯୁବ ବାହିନୀ ଗଠିତ ହୋଇଥିଲା । ୨୦୧୮ ମାର୍ଚ୍ଚରେ ବିଜୁ ଯୁବ ବାହିନୀ ଗଠନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମୋହର ମାରିଥିଲା । ରାଜ୍ୟର ୩୧୪ଟି ବ୍ଲକ ମଧ୍ୟରୁ ୧୧୪ଟି ବ୍ଲକରେ ବିଜୁ ଯୁବ ବାହିନୀ ଗଠନ ହୋଇଥିଲା । ୬ ହଜାର ୮୨୯ଟି ପଞ୍ଚାୟତରେ ୭ ବଜାର ୪୮୯ଟି ଗ୍ରୁପ୍ କରାଯାଇଥିଲା । ଏଥିରେ ୨ ଲକ୍ଷ ୬୪ ହଜାର ୨୧୬ ଜଣ ସ୍ୱେଚ୍ଛାସେହବୀ ଅଛନ୍ତି ।

Leave A Reply

Your email address will not be published.