Latest Odisha News

BREAKING NEWS

ଆସନ୍ତା ବର୍ଷ ରିଲିଜ ହେବ ଆଲିୟାଙ୍କ ଗ୍ୟାଙ୍ଗଷ୍ଟର ଡ୍ରାମା ଗଙ୍ଗୁବାଇ କାଠିୟାୱାଡି

ମୁମ୍ବାଇ: ଆଲିୟା ଭଟ୍ଟ ଅଭିନୀତ ଗ୍ୟାଙ୍ଗଷ୍ଟାର ଡ୍ରାମା ଗଙ୍ଗୁବାଇ କାଠିୟାୱାଡିର ରିଲିଜ ଡେଟ ଘୋଷଣା କରାଯାଇଛି । ସଞ୍ଜୟ ଲୀଲା ଭଁସାଲୀଙ୍କ ଏହି ଫିଲ୍ମ ପ୍ରଥମେ ଚଳିତ ବର୍ଷ ୩୦ ଜୁଲାଇରେ ରିଲିଜ ହେବ ବୋଲି ଘୋଷଣା ହୋଇଥିଲା । ଏବେ ଏହା ୬ ଜାନୁୟାରୀ ୨୦୨୨ରେ ମୁକ୍ତଲାଭ କରିବ । ଆଲିୟାଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମରେ ଅଜୟ ଦେବଗାନଙ୍କୁ ଅତିଥି କଳାକାର ଭାବେ ଦେଖିବାକୁ ମିଳିବ ।

ଏହି ଫିଲ୍ମ ଦି ମାଫିୟା କୁଇନ୍ସ ଅଫ ମୁମ୍ବାଇ ଉପନ୍ୟାସ ଉପରେ ଆଧାରିତ । ଗୁଜରାଟ କାଠିୟାୱାଡିର ଗଙ୍ଗୁବାଇ ନାମକ ମହିଳା ଦୁଷ୍କର୍ମର ଶୀକାର ହେବା ପରେ ତାଙ୍କୁ ସେକ୍ସ ୱର୍କସ ଭାବେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଇଥିଲା । ମାତ୍ର ସେ ତାଙ୍କ ସାହସ ବଳରେ ସେକ୍ସ ୱର୍କସଙ୍କ ଗଡମଦର ପାଲଟି ଯାଇଥିଲେ ।

Leave A Reply

Your email address will not be published.