Latest Odisha News

BREAKING NEWS

ମୁହଁ ଖୋଲିଲେନି ବିଦ୍ୟାଭାରତୀ

ବଲାଙ୍ଗିର: ଫାଇନାଲ୍‌ ସେମିଷ୍ଟର ଦେଲେ ବିଦ୍ୟାଭାରତୀ । କାହା ସହିତ କଥା ହେଲେନି । ବିଦ୍ୟା ବାପା କହିଲେ- ବିଦ୍ୟା ଓ ପୁରା ପରିବାର ମାନସିକ ଚାପରେ ଅଛୁ  ।

ପରୀକ୍ଷା ଦେଲେ ବିଦ୍ୟାଭାରତୀ । ବହୁଚର୍ଚ୍ଚିତ ମୃତ ପାରଳାଖେମୁଣ୍ଡି ଏସିଏଫ୍‌ଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ବିଦ୍ୟାଭାରତୀ । ବୁଧବାର ଦିନ ବଲାଙ୍ଗୀର ଆସି ସେ ତାଙ୍କର ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା ଦେଇଛନ୍ତି । ପରୀକ୍ଷା କେନ୍ଦ୍ର ବାହାରେ ବିଦ୍ୟାଭାରତୀଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିଥିଲେ ମଧ୍ୟ ସେ ମୁହଁ ଖୋଲି ନଥିଲେ । ହେଲେ ଗଣମାଧ୍ୟମ ସାମ୍ନାରେ ବିଦ୍ୟାଭାରତୀଙ୍କ ବାପା ଶ୍ରୀହରି ପଣ୍ଡା ମୁହଁ ଖୋଲି ଥିଲେ। ବିଦ୍ୟାଭାରତୀଙ୍କ ବାପା କହିଛନ୍ତି, ଝିଅର ପରୀକ୍ଷା ଚାଲି ଥିବାରୁ ଲାଏ ଡିଟେକ୍ସନ ଟେଷ୍ଟ୍‌ ସମ୍ପର୍କରେ କିଛି ଆଲୋଚନ ହୋଇ ନାହିଁ। ପୁରା ପରିବାର ମାନସିକ ଚାପ ଓ ଚିନ୍ତାରେ ଅଛନ୍ତି।

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ଆଉ ଗୋଟିଏ ପାଦ ଆଗେଇଛି । ପାରଳାଖେମୁଣ୍ଡି DFO, ରୋଷେୟା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ କ୍ରାଇମବ୍ରାଞ୍ଚ ପାଖକୁ ଆସିଥିବା ନେଇ ଗତକାଲି ଖବର ସାମ୍ନାକୁ ଆସିଥିଲା।

Leave A Reply

Your email address will not be published.