Latest Odisha News

ଆଲିଆ ଭଟ୍ଟ ବନାମ ଆଲିଆ ଭଟ୍ଟ; ‘ଗଙ୍ଗୁବାଇ କାଠିଆୱାଡି’ ପଛକୁ ‘ଆରଆରଆର’

ନୂଆଦିଲ୍ଲୀ: ବାହୁବଳୀ ଫେମ୍‌ ଡାଇରେକ୍ଟର ଏସ.ଏସ୍ ରାଜାମୌଲିଙ୍କ ଆରଆରଆର ଜାନୁଆରୀ ୭ ରିଲିଜ କରିବ। ଏଥିରେ ଆଲିଆ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ତେବେ ଏହାପୂର୍ବରୁ ସଞ୍ଜୟ ଲୀଲା ଭନ୍‌ଶାଳୀଙ୍କ ଗଙ୍ଗୁବାଇ କାଠିଆୱାଡିର ରିଲିଜ ଡେଟ୍‌ ପ୍ରକାଶ ପାଇଥିଲା। ଏହି ଚଳଚ୍ଚିତ୍ର ଜାନୁୟାରୀ ୬ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଆଲିଆ।

ତେବେ ଏହି ଘୋଷଣା ପରେ ଏବେ ବକ୍ସ ଅଫିସରେ ଆଲିଆ ଭଟ୍ଟ ବନାମ ଆଲିଆ ଭଟ୍ଟ ଟ୍ରେଣ୍ଡ କରୁଛି। କାରଣ ଆରଆରଆର ଗୋଟିଏ ଦିନ ପୂର୍ବରୁ ଗଙ୍ଗୁବାଇ କାଠିଆୱାଡି ମୁକ୍ତିଲାଭ କରୁଛି।

ଆଲିଆ ଭଟ୍ଟ ତାଙ୍କ ଇନଷ୍ଟାଗ୍ରାମରେ ଉଭୟ ଫିଲ୍ମର ରିଲିଜ ତାରିଖ ଘୋଷଣା କରିଥିଲେ।

ଏହାପୂର୍ବରୁ, ଏସ୍ ରାଜାମୌଲିଙ୍କ ଆରଆରଆର ଅକ୍ଟୋବର ୧୩ରେ ରିଲିଜ କରିବାର ଥିଲା। ଯାହାକୁ ଜାନୁୟ‌ାରୀ ୭କୁ ଘୁଞ୍ଚାଇ ଦିଆଯାଇଛି।

Comments are closed.